ବେଆଇନ ଶୌଚାଳୟ ଓ ଘର ନିର୍ମାଣକୁ ବିରୋଧ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ଅ ସାରଙ୍ଗଡ  ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିବାସ କିଛିବର୍ଷ ପୂର୍ବେ ଭାଙ୍ଗିପଡିଥିଲା। ପରବର୍ତ୍ତି ସମୟରେ ଉକ୍ତ ସ୍ଥାନରେ ଜନୈକ ଠିକାଦାର ବିନା ଅନୁମତିରେ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିବାସକୁ ଭାଙ୍ଗି ସେହି ସ୍ଥାନରେ ସରକାରୀ ଅର୍ଥରେ ଶୌଚାଳୟ ନିର୍ମାଣ କରିଛନ୍ତି। ଏହାର କିଛି ଅଂଶକୁ ବସ୍‍ଷ୍ଟାଣ୍ଡ୍‍ ସାହି ବଣିକ ସଂଘ ମଧ୍ୟ ଦଖଲ କରି ପକ୍କା ଘର ନିର୍ମାଣ କରୁଛନ୍ତି ଏବଂ ବଜାର ମଧ୍ୟରେ ଥିବା କ୍ଳବ ଘରକୁ କବଜା କରି ଏକ ବିଦ୍ୟାଳୟ ଖୋଲି କିଛି ବ୍ୟକ୍ତି ମୋଟା ଅଙ୍କର ରୋଜଗାର କରୁଛନ୍ତି। ଜିଲା ପ୍ରଶାସନ, ବ୍ଳକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ବିନା ଅନୁମତିରେ ଦଖଲ କରିଥିବା ସଂପର୍କରେ ନିଶା ଓ ଦୁର୍ନୀତି ଅଭିଯାନର ଆବାହକ ସୁଧୀର କୁମାର ସାହୁ, ସାମାଜିକ କର୍ମୀ ଅରୁଣ କୁମାର ନାୟକ, ଗ୍ରାମବାସୀ ପ୍ରକାଶ ଚନ୍ଦ୍ର ମୁଖୀ, ଦିନବନ୍ଧୁ ପ୍ରଧାନ, ଲମ୍ବୁରା ପ୍ରଧାନ ଓ ଅନ୍ୟମାନେ ସାରଙ୍ଗଡ଼ ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହିତ ଥାନା ସମ୍ମୁଖରେ ପ୍ଳାକାର୍ଡ଼ ଧରି ମଧ୍ୟ ପ୍ରତିବାଦ କରିଥିଲେ। ତୁରନ୍ତ ଏହାର ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି। ତେବେ ଏଥିରେ  ଶତାଧିକ ବ୍ୟକ୍ତି  ସାମିଲ୍‍ ଥିଲେ ମଧ୍ୟ କୋଭିଡ଼୍‍ ନିୟମ ଯୋଗୁଁ କେବଳ କିଛି ବ୍ୟକ୍ତି ଥାନାକୁ ଯାଇ ଅଭିଯୋଗ ପତ୍ର ଦାଖଲ କରିଥିବା ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ