ବେଗୁନିଆପଡା ବ୍ଲକରେ ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

କୋଦଳା,(ବାପୁନି କୁମାର ମାଲୁ):ବେଗୁନିଆପଡା ବ୍ଳକରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚ ଦଶ ଅର୍ଥ କମିଶନ ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ତା- ୦1/04/2024 ରିଖ ଠାରୁ ତା- 30/09/2024 ରିଖ ମଧ୍ୟରେ ହୋଇଥିବା କାର୍ଯ୍ୟ ଗୁଡିକର ଜନ ଶୁଣାଣୀ ହୋଇଥିଲା । 190 ଟି ପ୍ରକଳ୍ପ କରିବା ପାଇଁ ହାତକୁ ନିଆଯାଇଥିବା ବେଳେ 46 ପ୍ରକଳ୍ପ ଶେଷ ହୋଇଛି । ଏଥି ମଧ୍ୟରୁ 37 ଜଣଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆ ଯାଇଛି। ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ରେକର୍ଡ ପତ୍ର ଓ ଫାଇଲ ସଠିକ ସମୟରେ କରୁନଥିବା ଓ ସମୀକ୍ଷକ ଙ୍କୁ ପ୍ରଦାନ କରୁନଥିବା ନେଇ ଅଭିଯୋଗ ହୋଇଥିଲା । ସେଭେନ ରେଜିଷ୍ଟର କାର୍ଯ୍ୟକାରୀ ହେଉନଥିବା, ମେଜେରମେଣ୍ଟ ବହି ସଠିକ ଭାବେ ପ୍ରସ୍ତୁତ କରାଯାଉନଥିବା, ଅନେକ ଲୋକଙ୍କ ଜବ କାର୍ଡ ବନ୍ଦ ହୋଇଯିବା ଅଭିଯୋଗ ହୋଇଥିଲା । ସମସ୍ତ ରେକର୍ଡ ପତ୍ର ପ୍ରସ୍ତୁତ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ବିଡ଼ିଓ ଙ୍କୁ
ପରାମର୍ଶ ଦେଇଥିଲେ । କାର୍ଯ୍ୟର ସୂଚନା ଫଳକ କରାଯାଉନାହିଁ, ସମୀକ୍ଷକ କହିଥିଲେ । ଭି ଆର ପି ମାନଙ୍କୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜି ଆର ଏସ ମାନେ ସହଯୋଗ କରୁନଥିବା ଅଭିଯୋଗ ହୋଇଥିଲା ।ଏଥିରେ ଉପଜିଲାପାଳ ଶିବାଶିଷ ବରାଳ , ଭାରପ୍ରାପ୍ତ ବିଡିଓ ସସ୍ମିତା ଶତପଥି , ଅଧ୍ୟକ୍ଷା ରେଣୁ ଗୌଡ଼ ,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ନାଥ ମଲାଣ,ବ୍ଲକ ସାମାଜିକ ସମୀକ୍ଷକ ରାଜେନ୍ଦ୍ର କୁମାର ସାହୁ , ଏ ପି ଓ ରଞ୍ଜନ କୁମାରନାହାକ, ସରପଞ୍ଚ,ସମିତିସଭ୍ୟ,କନିଷ୍ଠ ଯନ୍ତ୍ରୀ ,ପିଇଓ,ଏ ଡି ଇ ଓ,ଜିଆରଏସ, ଗାଁ ସାଥି ଓ ଭି ଆର ପି ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ