ବେତନଟୀ ବ୍ଲକରୁ ମାଟ୍ରିକ୍ ପରୀକ୍ଷା ଦେବେ ୧୮୧୮ ଜଣ ପରୀକ୍ଷାର୍ଥୀ

ବେତନଟୀ,( ଉଦିତ କୁମାର ପରିଡା ) : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୧ ତାରିଖ ରୁ ଆରମ୍ଭ ହୋଇ ମର୍ଚ୍ଚ ୬ ତାରିଖ ରେ ସମାପ୍ତ ହେବ ବୋଲି ବୋର୍ଡ ପକ୍ଷରୁ ସ୍ଥିରୀକୃତ ହୋଇଅଛି।
ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ସମୁଦାୟ ୨୯,୧୫୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ରେଗୁଲାର ଭାବେ ୨୯,୦୫୯ ଜଣ ଓ ଏକ୍ସ ରେଗୁଲାର ଭାବେ ୯୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ବେତନଟୀ ବ୍ଲକ ରେ ମୋଟ ୧୧ ଟି ପରୀକ୍ଷା କେନ୍ଦ୍ରରେ ରେଗୁଲାର ଭାବେ ୧୮୧୬ ଜଣ ଓ ଏକ୍ସ ରେଗୁଲାର ଭାବେ ୨ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ଜଣାପଡିଛି। ସେଥିମଧ୍ୟରୁ ଏମ୍ ପି ସି ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୬୨ ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବେତନଟୀ ରେ ୧୯୦ ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶାଳବଣି ରେ ୧୮୯ ଜଣ, ସତ୍ୟସାଇ ବିଦ୍ୟା ପିଠ ଖୁଣ୍ଟାପୁର ରେ ୧୪୪ ଜଣ, ଅଁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୧୮ ଜଣ, ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ସନ୍ତରା ରେ ୧୪୨ ଜଣ, ବ୍ରହ୍ମପୁରା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୩୬ ଜଣ, ସିଦ୍ଧେଶ୍ଵର ଉଚ୍ଚ ବିଦ୍ୟାଳୟ ଛଚିନାପଦା ରେ ୧୫୫ ଜଣ, କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନ ପାଟଳିପୁରା ରେ ୧୨୯ ଜଣ, ମୁନିଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ବୈଶିଙ୍ଗା ରେ ୧୪୮ ଜଣ ଓ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଗଡଦେଉଳିଆ ରେ ୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାର ଜଣାପଡ଼ିଛି। ପ୍ରଶ୍ନପତ୍ର ଯୋଗାଣ ତଥା ପରିଚାଳନା ପାଇଁ ଏମ୍ ପି ସି ଉଚ୍ଚ ବିଦ୍ୟାଳୟ ବେତନଟୀ କୁ ନୋଡାଲ ସେଣ୍ଟର କରାଯାଇଛି । କେବଳ ଗଣିତ ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷା ସକାଳ ୯ ଟା ରୁ ଆରମ୍ଭ ହୋଇ ଦିନ ୧୧ ଟା ୩୦ ରେ ସରିବ। ଗଣିତ ପରୀକ୍ଷା ସକାଳ ୯ ଟା ରୁ ଆରମ୍ଭ ହୋଇ ଦିନ ୧୧ ଟା ୪୫ ରେ ସରିବ। ପରୀକ୍ଷା ରେ ସ୍ୱଚ୍ଛତା ରକ୍ଷା କରିବାପାଇଁ ପ୍ରତି ପରୀକ୍ଷା କେନ୍ଦ୍ରରେ ପରିଦର୍ଶକ, ତ୍ରିସ୍ତରୀୟ ସ୍କ୍ୱାର୍ଡ ସହିତ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିବା ନେଇ ସୁଚନା ମିଳିଛି। ମୟୁରଭଞ୍ଜ ଜିଲ୍ଲା ଓଷ୍ଟା ସଂପାଦକ କିଶୋର କୁମାର ଆଚାର୍ଯ୍ୟ, ବ୍ଲକ୍ ସଭାପତି ଶିଶିର କୁମାର ନାୟକ, ବ୍ଲକ୍ ସଂପାଦକ ସୁର୍ଯ୍ୟାନନ୍ଦ ନାୟକ ବ୍ଲକ୍ ର ସମସ୍ତ ପରୀକ୍ଷାର୍ଥୀଙ୍କର ସଫଳତା କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ