ବୋରିଗୁମ୍ମା ସହରରେ ବୁଲିଲା ବୁଲ୍ ଡୋଜର
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ବୋରିଗୁମ୍ମା ସହରର ହାଟପଦା ଠାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ବାରମ୍ବାର ଟ୍ରାଫିକ ଯାମ ହେଉଥିବା ଓ ପ୍ରାୟ ସବୁ ସମୟରେ ୧୦୮ ଭଳି ରୋଗି ପରିବହନ ଗାଡ଼ି ଘଣ୍ଟା,ଘଣ୍ଟା ଧରି ଅଟକି ଯାଉଥିଲା। ଏବଂ ସବୁ ଗଣମାଧ୍ୟ୍ୟମ ଦ୍ଵାରା ଖବର ପ୍ରକାଶିତ ହୋଇ ଆସୁଥିଲା। ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିଛି। ବୋରିଗୁମ୍ମା ଟ୍ରାଫିକ ଛକ ଠାରୁ ହାଟପଦା ରାସ୍ତାର ଉଭୟ ପାର୍ଶ୍ଵ ରୁ ଜବର ଦଖଲ ଉଛେଦ ଆରମ୍ଭ କରିଛି ପ୍ରଶାସନ। ଏହି ରାସ୍ତା ଉପରେ ବେଆଇନ ଭାବେ ଘର ଏବଂ ଦୋକାନ କରି ରାସ୍ତା କୁ ସଙ୍କୁଚିତ କରିଦେଇଥିଲେ ଦଖଲ କାରୀ।ଫଳରେ ଏହି ରାସ୍ତା ରେ ଦୈନିକ ଟ୍ରାଫିକ ଜାମ ରହୁଥିଲା। ରୋଗୀ କୁ ନେଉଥିବା ଆମ୍ବୁଲାନ୍ସ ବି ଘଣ୍ଟା ଘଣ୍ଟା ଫସୁଥିବା ନଜାରକୁ ଆସିଥିଲା। ବୋରିଗୁମ୍ମା ସହର ବାସୀ ସମେତ ବ୍ଲକ ର ୧୩ ଟି ପଞ୍ଚାୟତ ବାସୀ ଙ୍କ ଗମନା, ଗମନର ମାଧ୍ୟମ ଥିବା ପୂର୍ତ୍ତ ବିଭାଗର ଏହି ରାସ୍ତା ରେ ଲୋକେ ବହୁ କଷ୍ଟରେ ଯାତାୟାତ କରୁଥିଲେ। ବର୍ଷ ବର୍ଷ ଧରି ପୂର୍ତ୍ତବିଭାଗ ଏଦିଗରେ କୌଣସି ପଦକ୍ଷେପ ନେଉ ନଥିଲେ।ଏହି ଶେଷରେ ଡିସେମ୍ବର ମାସ ରେ ଟ୍ରାଫିକ ଛକ ଠାରୁ ହାଟପଦା ରୋଡ଼ ଉଭୟ ପାର୍ଶ୍ଵ ରୁ ଜବରଦଖଲ ଉଛେଦ ନେଇ ପ୍ରଶାସନ ତରଫରୁ ସମସ୍ତଙ୍କୁ ନୋଟିସ ଦିଆଯାଇଥିଲା। ନୋଟିସ ମୁତାବକ ଶନିବାର ସକାଳ ୮ଘଣ୍ଟ ଠାରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ବ ହୋଇଥିଲା । ଟ୍ରାଫିକ ଛକ ଠାରୁ ହାଟପଦା ପ୍ରାୟ ୫୦୦ମିଟର ଉଭୟ ପାର୍ଶ୍ୱରେ ଜବରଦଖଲ ଗୁଡିକୁ ବୁଲଡଜର ଲଗାଇ ଭଂଗାଯାଇଥିଲା । ବୋରିଗୁମ୍ମା ତହସିଲଦାର ଶୋଭନ କୁମାର ବେହେରାଙ୍କ ତତ୍ୱାବଧାନ ରେ ଏହି ଉଛେଦ ପକ୍ରିୟା ଆରଂଭ ହୋଇଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବୋରିଗୁମ୍ମା ପୋଲିସ ର ଏକ ଟିମ ଉପସ୍ଥିତ ଥିଲେ।ଉଚ୍ଛେଦ ପ୍ରକ୍ରିୟା ବେଳେ ବୋରିଗୁମ୍ମା ବିଦୂତ ବିଭାଗ ର କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିବା ବେଳେ ପୂର୍ତ୍ତ ବିଭାଗ ର କନିଷ୍ଟ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାସ୍ତାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କୁ ସହର ବାସୀ ପ୍ରଶାସନ ର ଏହି ପଦକ୍ଷେପ କୁ ପ୍ରଶଂସା କରିଛନ୍ତି।ଆଗାମୀ ଦିନରେ ଏହି ହାଟପଦା ରାସ୍ତା ୨୨ଫୁଟ ରୁ ଉର୍ଦ୍ଧ ଓସାର ହେବ ଏବଂ ଉଭୟ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ହେବ ଯାଦ୍ଵାରl ଆଉ ଟ୍ରାଫିକ ସମସ୍ୟା ରହିବ ନାହିଁ ବୋଲି ବୋରିଗୁମ୍ମା ତହସିଲଦାର ଶୋଭନ କୁମାର ବେହେରା ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।