ଭଙ୍ଗା ଘରେ ଚାଲିଛି ଶିକ୍ଷାଦାନ

ହାଟଡିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ଦୁନ୍ନୀତି ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ହାଟଡିହି ବ୍ଲକର କିଛି କର୍ମଚାରୀଙ୍କ ଯୋଗୁଁ ଦୁନ୍ନୀତ ଚ଼ରମ ସୀମାରେ ପହଞ୍ଚିଛି। ପନ୍ଦାଡୋ ପଞ୍ଚାୟତରେ ଆବାସ ଯୋଜନା ହରିଲୁଟ ଘଟଣା ହେଉ କିମ୍ବା ହାବେଳେଶ୍ୱର ପଞ୍ଚାୟତର ମନରେଗା ଦୁନ୍ନୀତି, ସବୁ ଦୁନ୍ନୀତିର ଅନେକ ପ୍ରମାଣ ଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଦୁନ୍ନୀତିର ଚେର ଏବେ ମାଡି ମାଡି ଚାଲିଛି। ଏବେ ମରୈଗାଁ ପଞ୍ଚାୟତ ଡ଼ଙ୍କୁରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାମ ନ କରି ଦେଢ଼ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଗୋଟିଏ କ୍ୟାମ୍ପସ ଭିତରେ ଡ଼ଙ୍କୁରୀ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଳି ଦୁଇଟି ସ୍କୁଲ ଚାଲୁଛି। ଚଳିତବର୍ଷ ୨୦୨୩/୨୪ ଆର୍ଥିକ ବର୍ଷରେ ଦୁଇଟିଯାକ ସ୍କୁଲ ପାଇଁ ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟାଦେଶ ଦିଆଯାଇ ଥିଲା। ଡ଼ଙ୍କୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମରାମତି ଓ ଉନ୍ନତି କରଣ ନାମରେ ଗୋଟିଏ ଓ ଅନ୍ୟଟି ଡ଼ଙ୍କୁରୀ ପ୍ରାଥମିକ ବିଦ୍ୟାଳୟର ଗେଟ ସହିତ ଶ୍ରେଣୀଗୃହ ମରାମତି ନାମରେ ଦେଢ଼ ଦେଢ଼ ଲକ୍ଷର ଦୁଇଟି ସୁଚ଼ନା ଫଳକ ଲଗାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଯନ୍ତ୍ରୀ ଓ ଠିକାଦାରଙ୍କ ସଲା ସୁତୁରାରେ କେବଳ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ମରାମତି କରାଯିବା ସହ ଅଧାପନ୍ତରିଆ ଥିବା ଗେଟକାମ ସମ୍ପୁର୍ଣ୍ଣ କରାଯାଇଛି। କିନ୍ତୁ ଉଚ୍ଚପ୍ରାଥମିକ ବିଦ୍ୟାଳୟର କୌଣସି ଠାରେ ଆଦୌ କାମ କରାଯାଇନାହିଁ। କିନ୍ତୁ ଦୁଇଟି ଯାକ କାମର ପୁର୍ଣ୍ଣାଙ୍ଗ ବିଲ ଉଠାଇ ନିଆଯାଇଛି। ଅନ୍ୟପକ୍ଷରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଶୋଚନୀୟ ଅବସ୍ଥାରେ ଅଛି। ଛାତରୁ ଖଣ୍ଡ ଖଣ୍ଡ ସିମେଣ୍ଟ କଂକ୍ରିଟ ଖସୁଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀ ମାନେ ଜୀବନକୁ ବାଜି ଲଗାଇ ଶିକ୍ଷାଲାଭ କରୁଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ପିତାମ୍ବର ମଲ୍ଲିକ କହିଛନ୍ତି ଯେ ଶ୍ରେଣୀ ଗୃହର ଏପରି ଅବସ୍ଥା ହୋଇଛି ଯେ ଆମେ ଭୟଭୀତ ଅବସ୍ଥାରେ ରହି ଶିକ୍ଷା ଦାନ କରୁଛୁ। ଏ ନେଇ ବାରମ୍ଵାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କେହି ଶୁଣୁ ନଥିବା କହିଛନ୍ତି। ଆମ ସ୍କୁଲରେ ଗତ ୫ ବର୍ଷ ଭିତରେ ଟଙ୍କାଟିଏ ବି ସରକାରୀ ଅନୁଦାନ ଖର୍ଚ ହୋଇନଥିବା ସେ କହିଛ୍ରନ୍ତି। ଏବେ ଅଧିକାଂଶ କାମ ଯନ୍ତ୍ରୀଙ୍କ ନାମରେ କାମ, ତଦାରଖ କରୁଛନ୍ତି ଯନ୍ତ୍ରୀ, ବିଲ ବି କରୁଛନ୍ତିି ଯନ୍ତ୍ରୀ, ତେବେ କାମ ନ କରି କିପରି ବିଲ କରାଯାଇ ଅନୁଦ୍ଦାନ ଉଠାଣ ହେଉଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ