ଭରତପୁର ଘଟଣାରେ ପୋଲିସକୁ ବଦନାମ କରାନଯାଉ

ମୋହନା, (ଅଂଶୁମାନ ପଣ୍ଡା) ଭରତପୁର ଥାନା ରେ ଘଟିଥିବା ଘଟଣାକୁ ନେଇ ସାରା ରାଜ୍ୟ ଏବଂ ଦେଶ ରେ ଚର୍ଚ୍ଚା ଲାଗିରହିଛି l ସ୍ଥାନୀୟ ପୋଲିସ,ସେନା ଯବାନ ଏବଂ ତାଙ୍କ ବାନ୍ଧବୀଙ୍କୁ ନେଇ ଘଟିଥିବା ଏହି ତ୍ରିକୋଣୀୟ ଘଟଣାକୁ ନେଇ ତୁମ୍ବି ତୋଫାନ ଉଠିଥିବା ବେଳେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଘଟଣାକୁ ପ୍ରତିବାଦ କରିବା ସହ ଶାସକ ବିଜେପିକୁ ଘେରିଛି l ଏଭଳି ପରିସ୍ଥିତି ରେ କେନ୍ଦ୍ରାପଡ଼ା ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନା ଘଟଣାରେ ପୋଲିସକୁ ବଳି ପକାଇ ଶାସକ ଏବଂ ବିରୋଧୀ ଲୋକଙ୍କୁ ଭୁଆଁ ବୁଲାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି l ସାଙ୍ଗଠନିକ କାର୍ଯ୍ୟକ୍ରମ ରେ ମୋହନା ଆସିଥିବା ବେଳେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଘଟଣାକୁ ରାଜନୈତିକ ମୋଡ଼ ନଦିଆଯାଇ ସିବିଆଇ ଯାଞ୍ଚ ରିପୋର୍ଟ କୁ ସାର୍ଵଜନିନ କରିବା ପାଇଁ ସେ ଦାବି କରିଛନ୍ତି l ଘଟଣାକୁ ନେଇ ଶାସକ ବିଜେପି କିଛି ଅଧିକାରୀ ଙ୍କୁ ନିଲମ୍ବିତ କରି ଚୁପ୍ ବସିଥିବା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ଘଟଣାକୁ ରାଜନୈତିକ ମୋଡ଼ ଦେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ଆରମ୍ଭ କରିଛି l ତେଣୁ କିଛି ଅସାଧୁ ପୋଲିସ କର୍ମଚାରୀ ଙ୍କ ପାଇଁ ସମସ୍ତ ପୋଲିସ ବିଭାଗ କୁ ବଦନାମ୍ ନକରି ସିବିଆଇ ଯାଞ୍ଚ ରିପୋର୍ଟ କୁ ସାର୍ଵଜନିନ କରିବା ସହ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ