ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶହେ ତମ ଜୟନ୍ତୀ ଉପଲକ୍ଷେ ଅଟଳ ଯୁବ ଶକ୍ତି ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ଅଟଳ ଯୁବ ଶକ୍ତି ପକ୍ଷରୁ ରକ୍ତଦାନ ଶିବିର ବୁଧୁବାର ଅନୁଷ୍ଠିତ ହୋଇଯାଇଛି। ଭୁତପୂର୍ଵ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶହେ ତମ ଜୟନ୍ତୀ ଉପଲକ୍ଷେ ବାଲେଶ୍ଵର ରକ୍ତ ଭଣ୍ଡାର ରେ ଏହି ଶିବିର ଆୟୋଜନ କରାଯାଇଥିଲା। ଉଦଘାଟକ ଭାବେ ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ଆବଶ୍ୟକ ବେଳେ ଏକବୁନ୍ଦା ରକ୍ତ ଜଣେ ରୋଗୀକୁ ମୃତ୍ୟୁ ମୁଖରୁ ବଂଚାଇ ଦେଇପାରେ । ତେଣୁ ଏହି ଭଳି ମହତ୍ କାର୍ଯ୍ୟରେ ସମସ୍ତେ ଆଗେଇ ଆସିବା ସହ ରକ୍ତଦାନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ ବିଧାୟକ ଶ୍ରୀ ଦତ୍ତ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଗୋପୀନାଥ ପରିଡ଼ା, ରକ୍ତଭଣ୍ଡାର ଅଧିକାରୀ ବସନ୍ତ କୁମାର ଉପାଧ୍ୟକ୍ଷ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସଂଗଠନ ର ସଭାପତି ବିକାଶ ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ପୃଷ୍ଠପୋଷକ ପର୍ଶୁରାମ ବେହେରା, ଜୋନାଲ ସଭାପତି ଧିରଜ ମହାନ୍ତି, ଜୋନାଲ ଉପ ସଭାପତି ମନୋରଞ୍ଜନ ନନ୍ଦି, ଉପ ସଭାପତି ଗଣେଶ ସେନ, ସାଧାରଣ ସମ୍ପାଦକ ମନ୍ମୟ ଦାସ, ସମ୍ପାଦକ ତଥା କୋଷାଧ୍ୟକ୍ଷ ପ୍ରହ୍ଲାଦ ଦାସ, ଯୁବ ସଭାପତି ସୌଭାଗ୍ୟ ମାନସ ନାୟକ, ଯୁବ ଉପ ସଭାପତି ମନୋଜ ପଣ୍ଡା, ମହିଳା ସଭାପତି ମଧୁଶ୍ରୀ ପଣ୍ଡା, ମହିଳା ଉପସଭାପତି ସୁସ୍ମିତା ଶୁକ୍ଳା, ମହିଳା ସମ୍ପାଦିକା ଶ୍ରୀୟା ଦାସ, ସ୍ୱର୍ଣ୍ଣ ପ୍ରିୟ ଖଣ୍ଡେଲୱାଲ, ଅପରାଜିତା ସେନ, ମହିଳା ଟାଉନ ସଭାପତି ସସ୍ମିତା ଦାସ, ସାଂସ୍କୃତିକ ସମ୍ପାଦିକ ସୌମ୍ୟରଂଜନ ପାଣିଗ୍ରାହୀ, ଝାଡେଶ୍ବର ଜେନା, ଉମେଶ ବେହେରା, କୈଳାଶ ଦାସ, ନରତ୍ତମ ବାବୁ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ