ଭିନ୍ନ ଶୈଳୀରେ ଯୁବଗୋଷ୍ଠୀ ପାଳିଲେ ଜିରୋ ନାଇଟ କାର୍ଯକ୍ରମ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ନାଗରିକଙ୍କ ମଧ୍ୟରେ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ଜଣାଇ ଭିନ୍ନ ଶୈଳୀ ରେ ଯୁବଗୋଷ୍ଠୀ ପାଳିଲେ ଜିରୋ ନାଇଟ। ମାଲକାନଗିରି ଜିଲ୍ଲା ସଦରରେ ଥିବା ରିକ୍ଲାମେସନ୍ କଲୋନୀରେ ରିକ୍ଲାମେସନ୍ ରାଇଜିଂ କ୍ଳବ ଆନୁକୂଲ୍ୟରେ ୨୦୨୪ ବିଦାୟ ଓ ୨୦୨୫ ନୂତନ ବର୍ଷ କୁ ସ୍ୱାଗତ ନିମନ୍ତେ ଜିରୋ ନାଇଟ୍ ଉତ୍ସବ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରିକ୍ଲାମେସନ୍ କଲୋନୀର ମହିଳା ମାନଙ୍କ ଦ୍ଵାରା ଝୋଟି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ସନ୍ଧ୍ୟା ସମୟରେ ରିକ୍ଲାମେସନ୍ କଲୋନୀର ସମସ୍ତ ବରିଷ୍ଠ ନାଗରିକ ଓ ୪୦ ଜଣ ଅବସର ପ୍ରାପ୍ତ ବରିଷ୍ଠ ନାଗରିକଙ୍କୁ ସାଲ ଓ ପୁଷ୍ପ ଗୁଚ୍ଛ ଦିଆଯାଇଛି ସମ୍ବର୍ଦ୍ଦିତ କରାଯାଇଥିଲା। ସେମାନଙ୍କର ସମାଜ ଓ ନିଜ ଅଞ୍ଚଳ ପ୍ରତି ଅବଦାନ କୁ ସ୍ମରଣ କରା ଯାଇ ଅନୁଭୁତି କୁ ମନେ ପକାଇଥିଲେ।ରିକ୍ଲାମେସନ୍ କଲୋନୀର କୁନି କୁନି ଛୁଆଙ୍କ ଦ୍ୟାରା ନୃତ୍ୟ ସଂଗୀତ ବୁଗି ୱଗି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଝୋଟି ପ୍ରତିଯୋଗିତା ଓ କୁନି କୁନି ଛୁଆଙ୍କ ଦ୍ଵାରା ନୃତ୍ୟ ସଂଗୀତ ବୁଗି ୱଗି ରେ ଅଂଶଗ୍ରହଣ କରିଥିବା ସମସ୍ତ ମା ମାଉସୀ ଭଉଣୀ, କୁନି କୁନି ଛୁଆଙ୍କୁ ରିକ୍ଲାମେସନ ରାଇଜିଂ କ୍ଲବ ପକ୍ଷ୍ୟରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯୟକ୍ରମରେ ରିକ୍ଲାମେସନ ରାଇଶିଂ କ୍ଲବ ସଭାପତି ମନୋଜ କୁମାର ସାହା, ସମ୍ପାଦକ କେ ରାହୁଲ କୋଷାଧ୍ୟକ୍ଷ ବିକାଶ କୁମାର ଦାସ , ମୁଖ୍ୟଉପୋଦେଷ୍ଟା ଲକ୍ଷ୍ମୀ ନାରାୟଣ ସେଠୀ , ଉପୋଦେଷ୍ଟା ତପନ କୁମାର ବିଶ୍ୱାସ ,ଲକ୍ଷ୍ମୀନାଥ ମହାରଣା, ବାବଲୁ ଭଟ୍ଟାଚାର୍ଯ୍ୟ, ପ୍ରଶାନ୍ତ କୁମାର ଶତପଥି , ଏଜ୍ଜ୍ଜ୍ଜକୁଟିଭ ମେମ୍ବର ସୁବ୍ରତ ଗନ୍ତାୟତ ,ସତ୍ୟଜିତ ଗୌଡ଼ , ବାଦଲ ଦେବନାଥ,ବଳରାମ ଶୁଣାଣି,ସଞ୍ଜୀବ ପାଣିଗ୍ରାହୀ, ସୂର୍ୟା ରେଡ୍ଡୀ, ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟ କ୍ରମ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା