ମଧୁବାବୁ ଥିଲେ ସର୍ବକାଳୀନ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ୟୁନିଟ୍-୮ସ୍ଥିତ ପ୍ରତିମୂର୍ତ୍ତିସ୍ଥଳରେ ଉତ୍କଳ ଗୌରବ, ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ସାହିତ୍ୟର ମୁଖ୍ୟ ପୁରୋଧା ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ମଧୁସୂଦନ ଦାସଙ୍କ ୯୧ତମ ଶ୍ରାଦ୍ଧବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ, ବାଗ୍ମୀ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ଶତପଥୀ ସଂଯୋଜନା ପୂର୍ବକ ମତବ୍ୟକ୍ତ କରି କହିଥିଲେ ଯେ, ମଧୁବାବୁ ଥିଲେ ପ୍ରଥମ ଓଡ଼ିଆ ସ୍ନାତକ, ବାରିଷ୍ଟର, ସ୍ନାତକତ୍ତୋର, ପ୍ରଥମ ବିହାର ଓଡ଼ିଶା ବିଧାନସଭା ସଦସ୍ୟ ସମେତ ସାହିତ୍ୟିକ, ଲେଖକ, ଓଡ଼ିଆ ଭାଷା ଆନ୍ଦୋଳନର ମହାନ ବ୍ୟକ୍ତିତ୍ୱ । ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ପାଇଁ ତାଙ୍କ ଉଦ୍ୟମ, ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା, ଆର୍ଟ ୱାର୍କସ ପ୍ରତିଷ୍ଠା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସ୍ୱାଭିମାନ ପାଇଁ ଚିର ସ୍ମରଣୀୟ ବ୍ୟକ୍ତିତ୍ୱ ହୋଇ ରହିବେ ।
ଅନ୍ୟତନ ପୂଜାପ୍ରାଣ ଅଦ୍ୱୈତ ପାତ୍ର, ବ୍ରଜବନ୍ଧୁ ପରିଡ଼ା, ଅରବିନ୍ଦ ତ୍ରିପାଠୀ, ସଂଯୋଜକ ବାପୁ ଓଝା, ରମେଶ ପାତାଳ ସିଂ, ତନ୍ମୟ ସାମନ୍ତରାୟଙ୍କ ସମେତ ବହୁ ଭାଷାପ୍ରାଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।