ମନ ମୁନ କଥା
ମନର କଥାକୁ
ମୁନରେ ଲେଖିଲେ
କିଛି ହୁଏ କାଳଜୟୀ,
କିଛି କଥା କାହିଁ
ଲେଖି ହୁଏ ନାହିଁ
ନିଜକୁ ପଚାର ତୁହି ।
ଯେତେ କଥା ଆମ
ମନ ଭାବିପାରେ
ମୁନ କ’ଣ ଲେଖିପାରେ,
ମୁନ ଯାହା ଲେଖେ
ମନ ନିର୍ଦ୍ଦେଶରେ
ବେଶି ଭଲ ହୋଇପାରେ ।
ଭଲ ମନ୍ଦ କଥା
ମନର ଭାବନା
ମୁନ ବା ଜାଣିବ କାହିଁ,
କୋଉ ସୁଖ ପାଇଁ
ମନ ଏହା କରେ
ମନ ତାହା ଜାଣିଥାଇ ।
ମନ ଅଟେ ମୂଳ
ଅର୍ଥ ଅନର୍ଥର
ସମୟ ରହିଛି ସାକ୍ଷୀ,
ସମୟ ସ୍ରୋତରେ
ମନ ଜିତେ ହାରେ
ମୁନ ଦିଏ ତାହା ଲେଖି ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ