ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ ଆଧ୍ୟାତ୍ମିକପ୍ରେମୀ ଦମ୍ପତିଙ୍କ ଶେଷକୃତ୍ୟ ସଂପନ୍ନ

ଆସିକା, (ୱାଇଏନ୍‍ଏସ୍‍):୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ବାଇପାସ୍‍ ନୁଆଁଗଡ ଓଭରବ୍ରିଜ୍‍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ଆଧ୍ୟାତ୍ମିକପ୍ରେମୀ ଦମ୍ପତି ଶିବରାମ ପାଢୀ ଓ ସୁଦେଷ୍ଣା ପାଢୀଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ସଂପନ୍ନ ହୋଇଯାଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ମୁଖ୍ୟରାସ୍ତା ପାଶ୍ୱର୍ରେ ପରିବାରବର୍ଗଙ୍କ ସହ ରହିଆସୁଥିବା ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, ବନ୍ଧୁବତ୍ସଳ ଓ ଆଧ୍ୟାତ୍ମିକପ୍ରେମୀ ଦମ୍ପତି ଶିବରାମ ପାଢୀ ଓ ସୁଦେଷ୍ଣା ପାଢୀ ନିଜର କାରରେ ଭୁବନେଶ୍ୱରରୁ ଆସିକା ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଯାହାରି ଫଳରେ କାର୍‍ରେ ବସିଥିବା ଆଧ୍ୟାତ୍ମିକପ୍ରେମୀ ଦମ୍ପତି ଶିବରାମ ପାଢୀ ଓ ସୁଦେଷ୍ଣା ପାଢୀଙ୍କ ତ୍ମୃତ୍ୟୁ ଘଟିଥିଲା । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଧ୍ୟାତ୍ମିକପ୍ରେମୀ ଦମ୍ପତି ଶିବରାମ ପାଢୀ ଓ ସୁଦେଷ୍ଣା ପାଢୀଙ୍କ ମୃତ୍ୟୁ ଖବର ବାବନପୁର ଗ୍ରାମରେ ପହଞ୍ଚିବା କ୍ଷଣି ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିଲା । ଦୁର୍ଘଟଣାର ଖବର ପାଇ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଘଟଣାସ୍ଥଳରେ ପହଂଚିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଆଧ୍ୟାତ୍ମିକପ୍ରେମୀ ଦମ୍ପତି ଶିବରାମ ପାଢୀ ଓ ସୁଦେଷ୍ଣା ପାଢୀଙ୍କ ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ସଂପନ୍ନ ହୋଇଥିଲା ବେଳେ ସେଠାରେ ପୁତ୍ର ସୁଜିତ୍‍ ପାଢୀ, କନ୍ୟା ସୁଜାତା ପାଢୀ ଓ ସଙ୍ଗୀତା ପାଢୀ, ପୁତ୍ରବଧୁ ସୋନାଲୀ ପାଢୀ, ଭାଇ ଉପେନ୍ଦ୍ର କୁମାର ପାଢୀ, ପ୍ରଶାନ୍ତ କୁମାର ପାଢୀଙ୍କ ସମେତ ଆତ୍ମୀୟ ସ୍ୱଜନ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଆଧ୍ୟାତ୍ମିକପ୍ରେମୀ ଦମ୍ପତି ଶିବରାମ ପାଢୀ ଓ ସୁଦେଷ୍ଣା ପାଢୀଙ୍କ ଅକାଳ ବିୟୋଗରେ ବାବନପୁର ଗ୍ରାମର ସରପଂଚ ସଂଜୟ କୁମାର ନାୟକ, ସମିତି ସଭ୍ୟ ସନ୍ତୋଷ କୁମାର ଜେନା, ଦିବ୍ୟଜୀବନ ସଂଘ ଦକ୍ଷିଣ ଓଡିଶା ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ, ଆଧ୍ୟାତ୍ମିକପ୍ରେମୀ ମହିଳା ସୁନିତା ନାୟକ, ଜିଲ୍ଲା ପରିଷଦ ସଦସ୍ୟା ସୌଦାମିନୀ ନାୟକ, ବାବନପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଅନିଲ୍‍ କୁମାର ନାୟକ ଓ ଅନ୍ତର୍ଯ୍ୟାମୀ ନାୟକ, ଯୁବ ସମାଜସେବୀ ସୁନିଲ୍‍ କୁମାର ନାୟକ, ରନିଲ୍‍ କୁମାର ନାୟକ, ଆଧ୍ୟାତ୍ମିକପ୍ରେମୀ ପ୍ରଦୀପ କୁମାର ନାୟକ, ଦିବ୍ୟଜୀବନ ସଂଘ ବାବନପୁର ଶାଖାର ସଭାପତି ବସନ୍ତ କୁମାର ମହାନ୍ତି, ସମାଜସେବୀ ଲକ୍ଷ୍ମୀନାରାୟଣ ନାୟକ, ସୁଶାନ୍ତ କୁମାର ନାୟକ, ଯୋଗେନ୍ଦ୍ର ଗୌଡ, ନାରାୟଣ ଜେନା, ବିଜୟ କୁମାର ନାୟକ, ଧନୁର୍ଧର ମୁନି, ପ୍ରଦୀପ କୁମାର ମୁନି, ଉପେନ୍ଦ୍ର ନାୟକ, କିର୍ତ୍ତନ ଲେଙ୍କା, ରୁଦ୍ର ନାୟକ, ଫଣିଭୂଷଣ ନାୟକ, କୋରା ପ୍ରସାଦ ବେହେରା, କୈଳାଶ ଚନ୍ଦ୍ର ବେହେରା, ସନାତନ ନାୟକଙ୍କ ସମେତ ବହୁ ଗ୍ରାମବାସୀ, ସଚେତନ ନାଗରିକ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ