ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ୧୧ ଦିନ ଧରି ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ଜୋନ ସ୍ଥରୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି।୧୧ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ମୋଟ ୧୨ ଗୋଟି ଦଳ ଭାଗନେଇ ଥିଲେ।ସେମିଫାଇନାଲରେ ବାରିପଦା ଏମ ସି ଏ ଏମ କଲେଜ ତକତପୁର ବାରିପଦା ଲକ୍ଷ୍ମୀକାନ୍ତ କଲେଜକୁ ଓ ସୀମାନ୍ତ କଲେଜ ରରୁଆଁ କଲେଜକୁ ହରେଇ ଫାଇନାଲ ରେ ପ୍ରବେଶ କରିଥିଲା।ଫାଇନାଲ ରେ ଖେଳା ଯାଇଥିବା ମ୍ୟାଚରେ ଏମ ସି ଏ ଏମ କଲେଜ ତକତପୁର ବାରିପଦା ସୀମାନ୍ତ ମହାବିଦ୍ୟାଳୟକୁ ହରାଇ ଚମ୍ପିୟାନ ହେଇଥିବା ବେଳେ ସୀମାନ୍ତ ମହାବିଦ୍ୟାଳୟ ରାନର୍ସ ଅଫ୍ ହୋଇଥିଲା।ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ଦୁଇଦଳର ଖେଳାଳିଙ୍କୁ କରମର୍ଦ୍ଦନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।୧୧ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତା କୁ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ସାହୁ, ମହାବିଦ୍ୟାଳୟ ଆଥେଲେଟିକ କ୍ଲବ୍ ଉପ ସଭାପତି ଶ୍ରୀଯୁକ୍ତ ଥୋମାସ ମାରାଣ୍ଡି ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରାଧ୍ୟାପକ ଡଃ ଅଶୋକ କୁମାର ଶର୍ମା,ପ୍ରାଧ୍ୟାପକ ଅନିଲ କୁମାର ଝା,ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ
, ଅଧ୍ୟାପକ ପ୍ରିତମ କୁମାର ପଣ୍ଡା,ଅଧ୍ୟାପକ ବିଶ୍ଵ ଜ୍ୟୋତି ସିଂହ ,ଅଧ୍ୟାପକ ସଦାଶିବ ଗୋଚ୍ଛାୟତ,ଅଧ୍ୟାପକ ଜଗନ୍ନାଥ ମାଝୀ ,ପ୍ରଦ୍ୟୁମ୍ନ କୁମାର ବସା ପ୍ରମୁଖ ସହଯୋଗ କରିଥିଲେ। ସ୍କୋରର ଭାବେ ଅତିଥି ଅଧ୍ୟାପକ ଯୋଗେଶ୍ୱର ବେହେରା ସହଯୋଗ କରିଥିବାବେଳେ ଧାରା ବିବରଣି ପ୍ରଦାନ କରିଥିଲେ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ,ପ୍ରାଧ୍ୟାପକ ଅନିଲ କୁମାର ଝା ଓ ନିହାର ରଞ୍ଜନ ମହାନ୍ତ। ରାଜ୍ୟସ୍ତରୀୟ ଅମ୍ପେୟାର ଶ୍ରୀଯୁକ୍ତ ଗୁରୁଚରଣ ମହାନ୍ତ ଓ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ଦାସ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ପରିଚାଳନା କରିଥିଲେ।ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ଆନ୍ତଃ ମହାବିଦ୍ୟାଳୟ ଜୋନ ସ୍ତରୀୟ ପ୍ରତିଯୋଗିତାକୁ ସଫଳତାର ସହ ଶେଷ କରିଥିବା କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ସାହୁ ଓ କ୍ରୀଡା ବିଭାଗର ସମସ୍ତ ଅଧିକାରୀ ତଥା ଅଂଶଗ୍ରହଣ କରିଥିବା ବିଭିନ୍ନ ମହାବିଦ୍ୟାଳୟର ପ୍ରତିଯୋଗୀ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ