ମହିଳାଙ୍କୁ ଆକ୍ରମଣ ଦୁଇ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅନ୍ତର୍ଗତ ସାହାସପୁର ହାଟପଦା ଗ୍ରାମରେ ଜଣେ ମହିଳାଙ୍କୁ ଆକ୍ରମଣ ମାମଲାରେ ଦୁଇଜଣକୁ ପାଟପୁର ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏହି ଗ୍ରାମର ଟି. କୁନ୍ତାଲୁ ଦୋରାଙ୍କୁ ଉକ୍ତ ଗ୍ରାମର ଏସ୍ରବି ଓ ତାଙ୍କ ପତ୍ନୀ ଏସ୍ ଳାଛମୀ ଉଭୟ ମାଡ଼ ମାରିବା ସହ ଆକ୍ରମଣ କରିଥିଲେ । ଗୁରୁତର ଆହତ ଅବସ୍ଥାରେ କୁନ୍ତାଲୁ ବ୍ରହ୍ମପୁର ବଡମେଡିକାଲ୍ରେ ଚିକିତ୍ସା ହେଉଥିବା ବେଳେ ଥାନାରେ ଏତଲା ଦେଇଥିଲେ । ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ଜେଲ୍କୁ ପଠାଯାଇଛି ।