ମହିଳା ମହାବିଦ୍ୟାଳୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଉଦଯାପିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ଡଃ ସୁପ୍ରିୟା ଦାଶଙ୍କ ସଂଯୋଜନାରେ ଚାଲିଥିବା ଫିଟ୍ ଇଣ୍ଡିଆ-୨୦୨୪ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀମାନଙ୍କ ଶରୀର କିପରି ସୁସ୍ଥ ରହିପାରିବ ସେ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିଲେ । କଲେଜର ଅଧ୍ୟକ୍ଷ ସୁଶିଲ୍ କୁମାର ଆଚାର୍ଯ୍ୟ ଯୋଗଦେଇ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲା ବେଳେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।