ମାର୍ଚ୍ଚ ୮, ୯ରେ ପୋଲିସ SI ପରୀକ୍ଷା, ୯୩୩ ପଦବୀ ପାଇଁ ହେବ ପରୀକ୍ଷା

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ରାଜ୍ୟର ବିଭିନ୍ନ ଜିଲାରେ SI ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। ମୋଟ ୯୩୩ଟି ପଦବୀ ପାଇଁ ପରୀକ୍ଷା ହେବ।ସୂଚନା ଅନୁସାରେ, ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ https://odishapolice.gov.in ଓ୍ବେବ୍‌ସାଇଟ୍‌ରେ ମାର୍ଚ୍ଚ ୧ ତାରିଖରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ନିଜର ୟୁଜର ଆଇଡି ଓ ପାସ୍‌ଓ୍ବାର୍ଡ ବ୍ୟବହାର କରି ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରି ପାରିବେ । ଓଡ଼ିଶା ପୋଲିସରେ ୯୩୩ ପଦବୀ ପାଇଁ ପରୀକ୍ଷା ହେବା ନିମନ୍ତେ ଗତ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ