ମିଥ୍ୟା ସତ୍ୟପାଠ ଦେଇ ପଦ ହରାଇଲେ ସରପଞ୍ଚ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ସୁହାଗପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଶେଖ ଅବୁ ପଞ୍ଚାୟତ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ ହୋଇଥିଲା। ନିମାପଡ଼ା କୋର୍ଟ ଅଭିଯୋଗ ର ବିଚାର କରି ତାଙ୍କ ସରପଞ୍ଚ ପଦ କୁ ଅସିଦ୍ଧ ଘୋଷଣା କରିଛନ୍ତି।ଏଠାରେ ସୂଚନା ଥାଉକି ଉକ୍ତ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଶାନ୍ତିଲତା ମିଶ୍ର ଏହି ଅନିୟମିତତା ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ଅବୁ ସ୍ୱାଧୀନ ଭାବେ ଲଢ଼ି ୧୬୭୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଶାନ୍ତିଲତା ମିଶ୍ର ୧୪ ଖଣ୍ଡ କମ ଭୋଟ ପାଇ ପରାସ୍ତ ହୋଇଥିଲେ । ବିଜୟୀ ସରପଞ୍ଚ ଅବୁ ଓଡ଼ିଆ ଲେଖି ପଢ଼ି ଜାଣିନଥିବା ଏବଂ ବ୍ୟାଙ୍କରେ ଲୋନ ଥାଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ନେଇ ଶାନ୍ତିଲତା ମିଶ୍ର ମାନ୍ୟବର ନିମାପଡା କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।ମାନ୍ୟବର କୋର୍ଟ ସମସ୍ତ ସାକ୍ଷ ପ୍ରମାଣ ଗ୍ରହଣ କରିବା ପରେ ଆଜି ଏହି ଗୁରୁତ୍ୱପୂର୍ଣ ରାୟ ପ୍ରକାଶ କରିଛନ୍ତି ।ଏହି ପଞ୍ଚାୟତରେ ସାନି ନିର୍ବାଚନ କରିବାପାଇଁ କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି ।ଏ ସଂକ୍ରାନ୍ତରେ ସରପଞ୍ଚ ଅବୁ ତାହାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ଶିକ୍ଷିତ ଯୁବକ ଓ ଯୁବତୀ ମାନେ ନିର୍ବାଚନକୁ ଆସିଲେ ନିର୍ବାଚନ ଅଧିକ ସ୍ୱଚ୍ଛ ଓ ନିର୍ମଳ ହୋଇପାରିବ ବୋଲି ପୁରୀଜିଲ୍ଲା ପୂର୍ବତନ ସଂଖ୍ୟାଲଘୁ ସେଲର ସମ୍ପାଦକ ମାଲିକ୍ ଏନାମୁଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।