ମୁଁ ସବୁ ଜାଣିଛି

ଦିପ୍ତିମୟୀ ନାୟକ
ମଣିଷର ଗୋଟିଏ ଭୁଲ ମୁଁ ସବୁ ଜାଣିଛି କହି କିଛି ଜାଣିନଥାଏ | ଆଉ ଯିଏ ସବୁ ଜାଣି କୁହେ ମୁଁ କିଛି ଜାଣିନି ସେତେବେଳେ ସେହି ଅଜଣା ଲୋକଟା ବାରମ୍ବାର ଅନ୍ୟଜଣେ ଲୋକ ଆଗରେ ତା ମୂର୍ଖାମୀର ପରିଚୟ ଦେଉଥାଏ କିନ୍ତୁ ସେ ଜାଣିନଥାଏ ତା ସାମ୍ନାରେ ସେ ଯେଉଁ ଲୋକଟାକୁ ସବୁବେଳେ ଦେଖୁଥାଏ ସେ ଲୋକଟାର ବୁଦ୍ଧି କେତେ ଥାଏ | ଆଉ ସେ କାହିଁକି ତା ଜ୍ଞାନ ନିଜ ଭିତରେ ରଖି କିଛି ନଜାଣିବାର କଥା କହୁଥାଏ | ତେବେ ମୁଁ ମୋ ଜୀବନରେ ଅନେକ ଜଣଙ୍କ ସହ ମିଶିଛି ଆଉ ସେହି ଅନେକ ଜଣଙ୍କ ଠାରୁ ବହୁତ କିଛି ଶିଖିଛି | କିନ୍ତୁ ଯେତେବେଳେ ସେହି ଅଜଣା ଲୋକଙ୍କ ମୂର୍ଖାମୀ ଦେଖେ ଚୁପ ହୋଇଯାଏ କିନ୍ତୁ ସେହି ମୂର୍ଖ ମାନଙ୍କ ଆଗରେ ମୋ ଜ୍ଞାନର ପରିଚୟ କେବେ ଦେବାକୁ ଚାହୁଁନଥାଏ | କିନ୍ତୁ କଣ ହେବ ଆଜିକାଲି ଜ୍ଞାନ ନଥିବା ଲୋକ ଜ୍ଞାନୀ ହୋଇପାରୁଛନ୍ତି କିନ୍ତୁ ଜ୍ଞାନ ଥିବା ଲୋକ ଚୁପ ରହୁଛନ୍ତି | ମୁଁ କେବେବି କୁହେନି ମୁଁ ଜ୍ଞାନୀ କାରଣ ମୁଁ ଯେତେବେଳେ ନିଜକୁ ଜ୍ଞାନୀ କହିଦେବି ସେତେବେଳେ ମୋ ପାଖରେ କିଛି ଶିଖିବାର ଇଛାଶକ୍ତି ରହିବନି | ଆଉ ଏମିତିରେ ଅନେକ ସମୟରେ ଅନେକ ଜଣଙ୍କ ସହ ମିଶି ବହୁତ କଥା ଶିଖିବାକୁ ସୁଯୋଗ ପାଉଛି | ନିଜ ପରିଚୟ ନିଜ ଭିତରେ ସୀମିତ ରହୁଛି ହେଲେ ଶେଷରେ ମୋ ପରିଚୟ ଜାଣିନଥିବା ଲୋକ ମୋ ପାଦ ଜଗନ୍ତି | ମୋର କୌଣସି ଭୁଲ ନଥାଇ ଭୁଲ ଖୋଜନ୍ତି କାରଣ ସେମାନେ ଭାବନ୍ତି ସେମାନେ କେବଳ ଜ୍ଞାନୀ ଆଉ ବାକି ସବୁ ଅଜ୍ଞାନୀ | କିନ୍ତୁ କାହିଁକି ନିଜେ ଯଦି ନିଜ ପାଇଁ ଜ୍ଞାନୀ ହେଉଛ ଭଲ କଥା କିନ୍ତୁ ଯିଏ ନିଜକୁ ଅଜ୍ଞାନୀ କହୁଛି ତାକୁ କାହିଁକି ଏତେ ନିମ୍ନ ଦୃଷ୍ଟିରେ ଦେଖୁଛ | ସତ କହିବାକୁ ଗଲେ କପି ପେଷ୍ଟ ଯୁଗରେ ସେହି ଅଜ୍ଞାନୀ ଲୋକଙ୍କୁ କଣ କହିବ ଯିଏ ନିଜର ଗୋଟେ କପି ତିଆରି କରିପାରୁନି ଅନ୍ୟର କପି କରୁଛି ଆଉ ସେ ପୁଣି ଅନ୍ୟକୁ ମୂର୍ଖ ସଜେଇବାକୁ ଚାହିଁ ରହିଛି | ଆଗରୁ କହିଛି ଏବେବି କହିଛି ଯଦି ନିଜେ ଜ୍ଞାନୀ ତେବେ ନିଜ ଜ୍ଞାନ ନିଜ ଭିତରେ ରଖନ୍ତୁ କିନ୍ତୁ ଅନ୍ୟକୁ ଛୋଟ କରିବାପାଇଁ କେବେବି କୁଚକ୍ରାନ୍ତ ରଚନ୍ତୁନି କାରଣ ଯେଉଁଦିନ ଆପଣ ଜାଣିବେ ଯାହାକୁ ଆପଣ ମୂର୍ଖ ଭାବୁଥିଲେ ତାର ପରିଚୟ ଏ ସମାଜରେ କଣ ଥିଲା ଆଉ ଲୋକଙ୍କ ପାଖରେ ତାର ବ୍ୟକ୍ତିତ୍ୱ କିପରିଥିଲା | କେବେ କାହା ବ୍ୟକ୍ତିତ୍ୱ ଏବଂ ଯୋଗ୍ୟତା ଉପରେ ସନ୍ଦେହ କରିବନି କାରଣ ନିଜ ଯୋଗ୍ୟତା ନିଜ ପାଇଁ ବଡ଼ ହୋଇଥାଏ | ଯଦି ଏ ଯୋଗ୍ୟତା ଅନ୍ୟକୁ ହୀନ ଦୃଷ୍ଟିରେ ଦେଖୁଛି ତାହାଲେ ଏ ଯୋଗ୍ୟତାରେ କଳଙ୍କ ଲାଗୁଛି | ବେଳେବେଳେ ଅନେକଥର ମଧ୍ୟ ଦେଖିଛି ଯଦି ମନରେ କୌଣସି କଥାକୁ ନେଇ ସନ୍ଦେହ ଥାଏ କିମ୍ବା କୌଣସି ପାଠ ବିଷୟରେ ଜଣା ନଥାଏ ନିଜକୁ ମହାଜ୍ଞାନୀ ଲୋକଙ୍କୁ ପଚରା ଯାଏ ଟିକେ ଏ ବିଷୟରେ କୁହନ୍ତୁ ମୋର ଜାଣିବାର ଇଚ୍ଛା ଅଛି | ତେବେ ସେମାନେ କହିବେ ପଛରେ କିନ୍ତୁ ଆଗ ଘଣ୍ଟେ ଅଧ ଘଣ୍ଟେ ହସି ହସି ଅନ୍ୟକୁ କହିବେ ତାପରେ ମଜାକ ଉଡ଼େଇବେ ଆଉ କହିବେ ଆରେ ଭାଇ ଏଟା ତମେ ଜାଣିନ | ତେବେ ସେମାନଙ୍କୁ ଗୋଟେ କଥା ଯଦି ଜଣା ଥାଆନ୍ତା ତାହାଲେ ଅନ୍ୟଜଣେ କାହିଁକି ତମକୁ ପଚାରିଥାନ୍ତା ଆଉ ଯଦି ନିଜକୁ ଆସୁନି ତାହାଲେ କାହିଁକି ଏମିତି ଅନ୍ୟକୁ ବେଜ୍ଜିତ କରାଯାଉଛି |ଏ ଦୁନିଆରେ କେହି ପଣ୍ଡିତ ନୁହଁନ୍ତି |କି କୌଣସି ଲୋକଙ୍କ ମୁଣ୍ଡରେ ସମାନ ଚିନ୍ତାଧାରା ନଥାଏ କି ସମାନ ବୁଦ୍ଧି, ବିବେକ ମଧ୍ୟ ନଥାଏ | ସେଥିପାଇଁ ଏ ସମାଜରେ ରହୁଥିବା କିଛି ଲୋକ ବିବେକହୀନ ହୋଇଥାନ୍ତି | ନିଜକୁ ପଣ୍ଡିତ ଦେଖେଇ ମୂର୍ଖ ଭଳି ଆଚରଣ କରିଥାନ୍ତି | ତେବେ ସମସ୍ତେ ସମାନ ନୁହଁନ୍ତି କାହିଁକି ନା କେହି କେହି କୁହନ୍ତି ଆମେ ତମଠୁ ଅନେକ କଥା ଶିଖୁଛୁ ତ ଆଉ କେବେ ତମେ ଆମଠୁ କଥା ଶିଖୁଛ | କାରଣ ଏଟା କିଛି ଶିଖିବା ଆଉ କିଛି ଶିଖେଇବାର କର୍ତ୍ତବ୍ୟ ହୋଇଥାଏ | ଯଦି କେହି କୌଣସି ବିଷୟରେ ଜାଣିନି ତା ଉପରେ ବିରକ୍ତ ହେବା ପରିବର୍ତ୍ତେ ତାକୁ କିଛି ଶିଖନ୍ତୁ ଏବଂ ଆପଣମାନେ ମଧ୍ୟ କିଛି ଶିଖନ୍ତୁ | ଯଦି କେହି କାହାଠୁ କିଛି ଶିଖିବେନି ତେବେ କେହି କାହାର ଜ୍ଞାନର ଉନ୍ନତି କରିପାରିବେନି | ଜ୍ଞାନର ଉନ୍ନତି ସେତେବେଳେ ହେବ ଯେତେବେଳେ କେହି ଆମଠାରୁ କିଛି ଶିଖି କିମ୍ବା ଆମେ ତା ଠାରୁ ଶିଖି ଆଗକୁ ବଢିବା ନିଜ ବୁଦ୍ଧିର ବିକାଶ କରିବା |ଆଉ ରହିଲା ମୁଁ ସବୁ ଜାଣିଛି ଯଦି ଆମେ ଯେକୌଣସି ଜାଗାରେ କହୁନେ ସେତେବେଳେ କିଛି ଲୋକେ କୁହନ୍ତି ଜାଣିବାକୁ ଚେଷ୍ଟା କର | ହେଲେ ସେମାନେ କେବେ ଜାଣିନଥାନ୍ତି ସବୁ ଜାଣିଥିବା ଲୋକ କେବେ କୁହନି ମୁଁ ସବୁ ଜାଣିଛି | ହେଲେ ଆଜିର ଦୁନିଆ ଦେଖିକି କୁହନ୍ତୁ ମୁଁ ସବୁ ଜାଣିଛି | ଆଉ ଯଦି କହିବ ମୁଁ କିଛି ଜାଣିନି ତେବେ ଲୋକେ ଏହାର ସୁଯୋଗ ଉଠାଇବେ | ଆଉ କାମ ସରିଲେ ସ୍ୱାର୍ଥପର ଲୋକଙ୍କ ପରି ଅଣଦେଖା କରିବେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ