ମୁଟ୍ ଜଜ୍ ପାଇଁ ମାଲେସିଆ ଯିବେ ଆଡଭୋକେଟ ସୁଶାନ୍ତ ମଳିକ
ପୋଲସରା,(ଅନିଲ କୁମାର ମହାରଣା),ଏସୀୟ ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ସେଣ୍ଟର୍ (ଏଆଇଏସି) କୁଆଲାଲମ୍ପୁର, ମାଲେସିଆରେ ମୁଟ୍ ଜଜ୍ ପାଇଁ ବସିବାର ସୁଯୋଗ ପାଇଛନ୍ତି ଓଡିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ଜେ. ଡେଙ୍ଗାପଦର ଗ୍ରାମର ସୁପ୍ରିମକୋର୍ଟର ଆଇନଜୀବୀ ସୁଶାନ୍ତ ମଳିକ। ଏଆଇଏସି, ମାଲେସିଆରୁ ଏଥିପାଇଁ ଆମନ୍ତ୍ରଣ ଆସିଥିବା ବେଳେ ଆଡଭୋକେଟ ମଳିକ ତାହା ଗ୍ରହଣ କରିଛନ୍ତି। ଜଣେ ବିଚାରପତି ଭାବରେ ୧୩ ଅକ୍ଟୋବର ୨୦୨୪ରେ ଅନୁଷ୍ଠିତ ଅଧିବେଶନରେ ମଳିକ ଯୋଗଦେବେ। ଏଥିପାଇଁ ଲାଉସିଆ ମୁଟ ଷ୍ଟାଣ୍ଡିଂ କମିଟି ସଚିବ ନିକୋଲ ଚି, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଆଡଭୋକେଟ ସୁଶାନ୍ତ ମଳିକଙ୍କୁ ବିଧିବଦ୍ଧ ଭାବେ ଆମନ୍ତ୍ରଣ କରିବା ସହ ଆମନ୍ତ୍ରଣ ରକ୍ଷା କରିଥିବା ଯୋଗୁ ମଳିକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଓଡ଼ିଶାର ଜଣେ ବ୍ୟକ୍ତି ଭାବେ ମଳିକ ମାଲେସିଆରେ ଅନୁଷ୍ଠିତ ଆନ୍ତର୍ଜାତିକ ଅଧିବେଶନରେ ଯୋଗଦେବାକୁ ଯାଉଥିବା ଯୋଗୁଁ ଏହା ପୋଲସରା ଅଞ୍ଚଳ ସହ ଓଡିଶା ପାଇଁ ଗୌରବ ଆଣିପାରିଛି।