ମୃତକଙ୍କ ପରିବାରକୁ ଭେଟିଲେ କଂଗ୍ରେସ ନେତା ଜୟଦେବ

ହାଟଡିହିି, (ବିକାଶ ବିଶ୍ୱାଳ):କେ ବାଲିପାଳ ପଞ୍ଚାୟତର ପୁର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଜଘନ୍ୟ ହତ୍ୟା ଘଟଣା ପରେ ଆଜି ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ପଢ଼ିଆରିପଲ୍ଲୀ ଗ୍ରାମକୁ ଯାଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ହତ୍ୟା ଘଟଣାର ଦୃଢ଼ ନିନ୍ଦା କରିଛନ୍ତି । ଜଣେ ପୁର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀ ଯେ କି ବଉଳା ଫାଣ୍ଡିର ଜଣେ ଗ୍ରାମରକ୍ଷୀ ଥିଲେ ସେମାନଙ୍କୁ ଏପରି ଜଘନ୍ୟ ହତ୍ୟା କରିବା ଘଟଣା ଏ ଅଞ୍ଚଳରେ ପ୍ରଥମଥର ପାଇଁ ଘଟିଥିବାରୁ ପୁଲିସ ଅତିଶୀଘ୍ର ହତ୍ୟାକାରୀ ମାନଙ୍କୁ ଗିରଫ କରିବା ସହିତ ହତ୍ୟା ରହସ୍ୟ ଉନ୍ମୋଚନ କରୁ ବୋଲି ସେ ଦାବି କରିଛନ୍ତି । ତାଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଅଲେଖ ଚନ୍ଦ୍ର ମଲ୍ଲିକ, ଗୟାଧର ଦିଅ, ପ୍ରୀୟବ୍ରତ ନାୟକ, ଗଜେନ୍ଦ୍ର ପାତ୍ର, ଶତୃଘ୍ନ ବେହେରା, ଶିଶିର ରାଉତ, ପୁର୍ଣ୍ଣଚନ୍ଦ୍ର ପାତ୍ର, ସତ୍ୟବ୍ରତ ଜେନା, ମାନସ ଜେନା, ସୌମ୍ୟ ରଞ୍ଜନ ପହି, ବିଶ୍ୱଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ