ମେକ୍ସିକୋରେ ଭୂମିକମ୍ପ

ମେକ୍ସିକୋ : ମଙ୍ଗଳବାର ଦକ୍ଷିଣ ମେକ୍ସିକୋର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୫ ବୋଲି ଜଣାଯାଇଛି। ଏହି ଭୂକମ୍ପରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂକମ୍ପର କେନ୍ଦ୍ର ଓକ୍ସାକା ରାଜ୍ୟର ପ୍ରଶାନ୍ତ ମହାସାଗର ନିକଟରେ ଥିବା ଜଣାପଡ଼ିଛି। ଶହ ଶହ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ଏହାର ପ୍ରଭାବ ଅନୁଭତ ହୋଇଛି। ଏହାର ଝଟକା ଏତେ ତୀବ୍ର ଥିଲା ଯେ ଲୋକେ ପ୍ରାଣ ବିକଳରେ ସଡକ ଉପରକୁ ଚାଲି ଆସିଥିଲେ। ଭୂକମ୍ପ ପ୍ରଭାବରେ ବିଭିନ୍ନ ସ୍ଥାନରେ ଅନେକ ଘର ଓ ରାସ୍ତାଘାଟ ଭାଙ୍ଗି ଯାଇଥିବା ବେଳେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। କେତେକ ସ୍ଥାନରେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ