ଯୋଗୀ ଦିକ୍ଷା ଗ୍ରହଣ କଲେ ଆଶିଷ
ରଣପୁର, (ଯୁଗାବ୍ଦ ନ୍ୟୁଜ):ନୟାଗଡ଼ ଜିଲ୍ଲାର ରଣପୁର ଅନ୍ତର୍ଗତ ମଝିଆଖଣ୍ଡ ପଂଚାୟତର ଟେଲିପାଟଣା ନିବାସୀ ବିଜୟ କୁମାର ସାହୁ, ଧର୍ମପତ୍ନୀ ମମତା ସାହୁ ଯୋଗୀ ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ନିଜ ପୁତ୍ର ଆଶିଷକୁ ଯୋଗୀ କାଳନ୍ଦୀ ଚରଣ ନାଥଙ୍କ ଠାରୁ ଦୀକ୍ଷା ଗ୍ରହଣ କରାଇଥିଲେ । ପୁତ୍ର ଆଶିଷ ଯୋଗୀ ଦିକ୍ଷା ଗ୍ରହଣ କରିସାରି ସ୍ୱମାତୃକୁଳକୁ ଫେରିଆସିଛନ୍ତି । ନିଜ ମାଇଁ ଲୋପାମୁଦ୍ରା ଯୋଗୀ ହୋଇଥିବା ଆଶିଷଙ୍କୁ ଘରକୁ ପାଛୋଟି ନେବା ସହିତ ଏହି ଯୋଗୀ ପରମ୍ପରା ଉତ୍କଳର ବହୁ ପୁରାତନ ପରମ୍ପରା ଓ ଏହା ମାଧ୍ୟମରେ ସମାଜକୁ ଏକ ଉତମ ବାର୍ତା ପ୍ରଦାନ କରିବ ବୋଲି ମହିମା ସେବା ଫାଉଣ୍ଡେସନର ପରିଚାଳନା ସଭାପତି ନାରାୟଣ ଖୁଂଟିଆ ପ୍ରକାଶ କରିଛନ୍ତି ।