ରକ୍ତ ସମ୍ପର୍କରେ ଦାଗ,ପୁଅର ଟାଙ୍ଗିଆ ଚୋଟ ରେ ବାପା ମୃତ

ଶେରଗଡ, (ଅନୀଲ କୁମାର ପଣ୍ଡା):ରକ୍ତ ର ସମ୍ପର୍କରେ ଲାଗିଛି ଅଲିଭା ଦାଗ । ଯେଉଁ ବାପା ପୁଅର ହାତ ଧରି ବାଟ ଚାଲିବା ଶିଖାଈଥାଏ,ତଥା ଦୁନିଆ ଆଗରେ ପ୍ରତିଷ୍ଠିତ କରାଈଥାଏ ଏବଂ ଦୁନିଆର ସବୁଠାରୁ ନିବିଡ ତଥା ଭଲପାଇବା ମିଳିଥାଏ ବାପାଙ୍କ ଠାରୁ,ପୁଅର ବିପଦ ଆପଦ ବେଳେ ବାପା ସବୁବେଳେ ପୁଅର ସରକ୍ଷାଦାତା ସାଜି ସବୁ ସମୟରେ ପ୍ରାଚୀର ଭଳି ଠିଆ ହୋଈଥାଏ, ଏଭଳି ସମ୍ପର୍କ କୁ ପଛରେ ପକାଇ ପୁଅ ଆଜି ବାପା କୁ ହତ୍ୟା କରିବାକୁ ପଛାଈନଥିବା ଭଳି ଘଟଣା ଦେଖିବାକୁ ମିଳିଛି ଶେରଗଡ ଥାନା ତାକରଡା ଗ୍ରାମରେ। ଘଟଣା କ୍ରମେ, ତାରିଣୀ ମଲ୍ଲିକ (୬୦) ଆଜକୁ ୨ ମାସରୁ ଉର୍ଦ୍ଧ୍ବ ହେବ କୌଣସି କାରଣରୁ ତାଙ୍କର ଗୋଡ ସଂକ୍ରମଣ ହୋଇ ନଷ୍ଟ ହେବାରେ ଲାଗିଥିଲା। ଏହା ପରେ ପୁଅ ଯୁଗଳ ଡାକ୍ତର ଙ୍କ ସହିତ ପରାମର୍ଶ କରି ବାପା ଙ୍କୁ ସଂକ୍ରମଣ ରୁ ଆରୋଗ୍ୟ କରିବା ଲାଗି ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଥିଲେ। ଯୁଗଳ ଏବଂ ତାଙ୍କ ପରିବାରର ଚେଷ୍ଟା ଫଳରେ ତାରିଣୀ ସଂକ୍ରମଣ ରୁ ଧୀରେ ଧୀରେ ଆରୋଗ୍ୟ ଲାଭ କରି ଆସୁଥିଲେ। ତାରିଣୀ ବିଭିନ୍ନ ସମୟରେ ପୁଅ ବୋହୂ ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଆସୁଥିଲେ। ହେଲେ ଆଜକୁ ଦଶ ଦିନ ପୂର୍ବେ ତାରିଣୀ ନିଜ ବୋହୂ ଙ୍କୁ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିଥିଲେ ଏବଂ ଗାଳିଗୁଲଜ ଅସହ୍ୟ ହେବାରୁ ବୋହୂ ନିଜ ବାପା ଘରକୁ ପଳାଈଥିଲେ। ବୋହୂ ଚାଲିଯିବା ପରେ ଘରେ ବାପାଙ୍କ ସେବା ଏବଂ ରୋଷେଇ କୁ ନେଇ ପୁଅ ଯୁଗଳ ଚିନ୍ତାରେ ପଡିବା ସହ ମାନସିକ ଦୁଶ୍ଚିନ୍ତା ରେ ଥିଲେ। ଈତି ମଧ୍ୟରେ ବାପା ତାରୀଣି ଙ୍କ ଗାଳିଗୁଲଜ ଜାରି ରହିଥିଲା। ଗତକାଲି ଏସବୁ ଘଟଣା କୁ ସହ୍ୟ କରିନପାରି ତାରିଣୀ ବାରଣ୍ଡାରେ ଶୋଈଥିବା ଅବସ୍ଥାରେ ପୁଅ ରାଗ ଜର୍ଜରିତ ହୋଇ ଏକ ଟାଙ୍ଗିଆ ସାହାଯ୍ୟ ରେ ବାପା ଙ୍କୁ ଅତର୍କିତ ହାଣି ହତ୍ୟା କରିଥିଲା। ଏହି ଘଟଣା ପରେ ଶେରଗଡ ପୋଲିସ ଖବର ପାଈ ଘଟଣା ସ୍ଥଳରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା,ଶେରଗଡ ଥାନାଧିକାରୀ ବରେନ୍ଦ୍ର ସିଅଳ ସଦଳବଳେ ପହଞ୍ଚି ହତ୍ୟାକାରୀ ପୁଅ ଯୁଗଳ ଙ୍କୁ ଗିରଫ କରିବା ସହ ହତ୍ୟା ରେ ବ୍ୟବହୃତ ହୋଈଥିବା ଟାଙ୍ଗିଆ କୁ ଜବତ କରିଛି। ଏନେଇ ଶେରଗଡ ଥାନାରେ ୧୨୧/୨୫ ରେ ଏକ ହତ୍ୟା ମାମଲା ରୁଜୁ କରାଯାଈ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ