ରାଇକିଆରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ
ରାଇକିଆ ( ଆଦିତ୍ୟ ପାଢ଼ୀ) : କନ୍ଧମାଳ ଜିଲା ରାଇକିଆ ଗ୍ରାମ ପଞ୍ଚାୟତ ପରିସରରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଏବଂ ମୁଖ୍ୟ ବକ୍ତା ଭାବେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାଃ ଶ୍ରୀନିବାସ ପାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ , ନାଏବ ସରପଞ୍ଚ ନିଥାଏଲ ନାୟକ, ସିଡିପିଓ ମୌନାବତୀ ପାତ୍ର , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ, ରାଇକିଆ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀମାଦ୍ରି କହଁର, ଜିଲା ମ୍ୟାଲେରିଆ ନିୟନ୍ତ୍ରଣ ଅଧିକାରୀ ତଥା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା କୁମୁଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତେ ସଚେତନ ହେବା ସହ ଏହି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀର ସଦୁପଯୋଗ କରି ମ୍ୟାଲେରିଆ ଏବଂ ଭେକ୍ଟର ବାହିତ ରୋଗ ଠାରୁ ନିଜକୁ ତଥା ନିଜ ପରିବାର ବର୍ଗଙ୍କୁ ରକ୍ଷା କରିବା ପାଇଁ ଅତିଥି ମାନେ ଉପଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପିଏଚଇଓ ଶିବରାମ ପ୍ରଧାନ, ଭିବିଡିଟିଏସ ମନୋରଞ୍ଜନ ମହାପାତ୍ର, ଏସଟିଏସ ସୌମ୍ୟ ରଞ୍ଜନ ପଣ୍ଡା, ଏମପିଏଚଏସ ଦେବରାଜ ପ୍ରଧାନ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀଙ୍କ ସମେତ ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ଅତିଥି ମାନେ ଉପସ୍ଥିତ ହିତାଧିକାରୀ ମାନଙ୍କୁ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ରାଇକିଆ ଗ୍ରାମ ପଞ୍ଚାୟତର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।