ରାଇରଙ୍ଗପୁର ରେ ଅଁଳା ନବମୀ ଉତ୍ସବ ପାଳିତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ଵାଳ):ଅଁଳା ନବମୀ ଆମ ସଂସ୍କୃତିର ଏକ ଅନନ୍ୟ ପର୍ବ ।ଧର୍ମର ମାସ କାର୍ତ୍ତିକ ମାସ ।ଏହି ମାସରେ ଧନ୍ବନ୍ତରୀ ଜୟନ୍ତୀ, କାଳୀପୂଜା,ଦୀପାବଳି,ଛଠ୍ ପୂଜା,ଗୋଷ୍ଟାଷ୍ଟମୀ,ଗୋପାଷ୍ଟମୀ, ଜଗଦ୍ଧାତ୍ରୀ ପୂଜା,ଅଁଳା ନବମୀ,ରାଧାପାଦ ଦର୍ଶନ, କାର୍ତ୍ତିକ ବ୍ରତ,ତୁଳସୀ ପୂଜା,, ଧବଳେଶ୍ଵର ବଡ଼ ଏକାଦଶୀ,ପଞ୍ଚୁକ ବ୍ରତ ଏବଂ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଆଦି ପର୍ବ ପର୍ବାଣୀ ପଡେ । କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥି ଅଁଳା ନବମୀ । ଉତ୍ତର ଭାରତ,, ମଧ୍ୟ ଭାରତ, ଏବଂ ଓଡ଼ିଶାର ଅକ୍ଷୟ ନବମୀ ବା ଅଁଳା ନବମୀ ବା ଧାତ୍ରୀ ନବମୀ ଭାବରେ ପାଳନ କରାଯାଏ । ଦକ୍ଷିଣ ଏବଂ ପୂର୍ବ ଭାରତରେ ଏହିଦିନ ଜଗଦ୍ଧାତ୍ରୀ ଦେବୀଙ୍କୁ ପୁଜା କରାଯାଏ । ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଭଗବାନ ବିଷ୍ଣୁ ଏବଂ ଶିବ ଅଁଳା ନବମୀ ଦିନ ଅଁଳା ଗଛରେ ରୁହନ୍ତି ।ଅଁଳା ଗଛ ତଳେ ଵିଷ୍ନୁ ଏବଂ ଶିବଙ୍କୁ ଖାଇବାକୁ ଦେଇଥିଲେ ସେହିଦିନ ହେଉଛି ଅଁଳା ନବମୀ ଶାସ୍ତ୍ରରେ ଅଛି ତୁଳସୀ, ଅଁଳା, ମାଳତୀ,ବଦଳି,ବେଲ,ବର,, ଅଶ୍ୱତ୍ଥ ଆଦି ଵୃକ୍ଷକୁ ପବିତ୍ର ବୃକ୍ଷ କୁହାଯାଏ ।ଏହି ଦିନ ଅଁଳା ବୃକ୍ଷ ପୂଜନ କଲେ ସମସ୍ତେ ପାପର ନଷ୍ଟ ହୁଏ ତେଣୁ ଏହାକୁ ମଧ୍ୟ ଅକ୍ଷୟ ନବମୀ କୁହାଯାଏ ଆଜି ଏହି ପବିତ୍ର ଦିନରେ ଅଁଳା ଗଛ ମୂଳକୁ ପରିଷ୍କାର କରାଯାଇ ଗୋବରରେ ଲିପି ଭୋଗ,ଫୁଲ,ଫଳ,ହଳଦୀ, ସିନ୍ଦୂର,ଗଛରେ ନାଲି କନା ଗୁଡ଼ାଇ, ବୃକ୍ଷରେ କ୍ଷୀର ଢ଼ାଳି ଶ୍ରଦ୍ଧାଳୁମାନେ ଯଥାବିଧି ପୂଜାର୍ଚ୍ଚନା କରି ବିଷ୍ଣୁ,ଶିବ, ମହାଲକ୍ଷ୍ମୀ ଙ୍କ ଆଶୀର୍ବାଦ ନେଇଥିଲେ । ବୃକ୍ଷ ଚାରିପଟେ ପରିକ୍ରମା କରି ବିଷ୍ଣୁ ଦେବଙ୍କୁ ପୂଜା କରି ପରିବାର ତଥା ସମାଜର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । କୁହାଯାଏ ଅଁଳା ନବମୀ ପୂଜା କଲେ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଭଲ ରୁହେ । ମହିଳାମାନେ ସୌଭାଗ୍ୟଵତୀ ଓ ସନ୍ତାନ ପ୍ରାପ୍ତି ଲାଭ କରନ୍ତି ।ଅଁଳା ନବମୀ ଦିନ ଅଁଳା ଗଛ ତଳେ ବସି ଖାଇଲେ ତାହାର ପତ୍ର ଭୋଜନ ପତର ରେ ପଡିଲେ ଅତ୍ୟନ୍ତ ଶୁଭ ହୁଏ । ଏହା ବର୍ଷ ସାରା ଦେହକୁ ସୁସ୍ଥ ରଖେ ।ପଦ୍ମ ପୁରାଣରେ ଅଛି ପ୍ରାତଃ ସ୍ନାନ ପରେ ଵିଷ୍ନୁ ନାମ ସ୍ମରଣ କରି ଅଁଳା ଜଳ ସିଞ୍ଚନ ଓ ସେବନ କଲେ ମନୁଷ୍ୟର ସକଳ କଳୁଷ ନାଶ ହୋଇ ନୀରୋଗ ଓ ସ୍ବାସ୍ଥ୍ୟବାନ ହୋଇଥାଏ ।ଅଁଳା ବୃକ୍ଷ ତଳେ ହରିରାମ ସଂକୀର୍ତ୍ତନ,ହଵିଷ୍ଯ ଅନ୍ନ ଭୋଜନ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।