ରାଇସିଂ ଷ୍ଟାର ଭଲିବଲ ଆସୋସିଏସନ ପକ୍ଷରୁ ଟୁର୍ନାମେଣ୍ଟ ଉଦଘାଟିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ କର୍ମେଲ ସ୍କୁଲ ରୋଡ଼ ସ୍ଥିତ ଖେଳ ପଡିଆ ଠାରେ ରାଇସିଂ ଷ୍ଟାର ଭଲିବଲ ଆସୋସିଏସନ ପକ୍ଷରୁ ୭ ଦିନ ବ୍ୟାପି ଏକ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିରେ ଅତିଥି ଭାବେ ଛତ୍ରପୁର ଜେଲ ଅଧିକ୍ଷିକା ଅବନ୍ତିକା ସିଂ,ଗଞ୍ଜାମ ଜ଼ିଲ୍ଲା ବିଜେଡି ଉପସଭାପତି ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ନଗର ଯୁବ ବିଜେଡି ସଭାପତି ଟି. ଚନ୍ଦ୍ରଶେଖର ରାଓ, ଛାତ୍ର ବିଜେଡି ସମ୍ପାଦକ ନାଗେଶ୍ୱର ରାଓ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ଆଇନଜୀବୀ କେ. ଚନ୍ଦ୍ରଶେଖର ରେଡ୍ଡୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ଉଦଘାଟନୀ ମ୍ୟାଚ ଗଜପତି ଜ଼ିଲ୍ଲା ଏଲିବିଜା ସିକ୍ସ ସହ ବ୍ରହ୍ମପୁର ପାୱାର ସିକ୍ସ ମଧ୍ୟରେ ହୋଇଥିବା ବେଳେ ଗଜପତି ଜ଼ିଲ୍ଲାର ଏଲିବିଜା ସିକ୍ସ ବିଜୟୀ ହୋଇଥିଲା l ରାଇସିଂ ଷ୍ଟାର ଭଲିବଲ ଆସୋସିଏସନ ସଭାପତି ସାନ୍ତେ ପ୍ରଧାନ , ସମ୍ପାଦକ ପ୍ରକାଶ ଚନ୍ଦ୍ର ସେଠି , ଉପଦେଷ୍ଟା ଲଷ୍ମୀନାରାୟଣ ପାତ୍ର କୋଷାଧକ୍ଷ ରଘୁନାଥ ସାହୁ, ମ୍ୟାନେଜର ବିପ୍ର ଚରଣ ସାହୁ,ଆୟୋଜନ ତ୍ରିଲୋଚନ ବେହେରାଙ୍କ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଟୁର୍ନାମେଣ୍ଟକୁ ପରିଚାଳନା କରିଥିଲେ l ଆସନ୍ତା ୧୨ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହେବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ