ରାଜ୍ୟରେ ମିଛୁଆ ସରକାର ଚାଲିଛି
ହାଟଡିହି, (ବିକାଶ ବିଶ୍ୱାଳ):ରାଜ୍ୟରେ ମିଛୁଆ ସରକାର ଚାଲିଛି, ରାଜ୍ୟ ବାସୀଙ୍କୁ ପ୍ରତାରଣା କରିଛି ବିଜେପି ସରକାର। ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବିପ୍ରସାଦ ମିଶ୍ର। ଆଜି ଆନନ୍ଦପୁର ନିର୍ବାଚନମଣ୍ଡଳୀର ବିଦ୍ୟାଧରପୁର ଠାରେ ଅନୁଷ୍ଠିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ବିଧାୟକ ଦେବୀପ୍ରସାଦ ମିଶ୍ର ଏପରି ମତବ୍ୟକ୍ତ କରିଛନ୍ତି। ବିଜେପି ସରକାର ଶାସନ ଭାର ସମ୍ଭାଳିବା ପରେ ଲୋକଙ୍କୁ ପ୍ରତାରଣା କରିଛି । ବୁଢ଼ା ବୁଢ଼ିଙ୍କୁ ମାସିକ ୩ହଜାର ଭତ୍ତା ଦେବ , ଲୋକଙ୍କୁ ୩ଶହ ୟୁନିଟ ମାଗଣା ବିଦ୍ୟୁତ୍ ଦେବ , ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ହଜାର କରି ଟଙ୍କା ଦେବ ବୋଲି କହି ଭୋଟ ହତେଇଲ, କିନ୍ତୁ ସରକାର ଗଠନର ୪ମାସ ହେଲାଣି ,ଏସବୁ ଯୋଜନା ଗଲା କୁଆଡେ ବୋଲି ଦେବୀ ପ୍ରସାଦ ମିଶ୍ର ପ୍ରଶ୍ନ କରିଥିଲେ। ଏବେବି ଲୋକେ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି, ପୁଣି ବିଜୁ ଜନତା ଦଳର ସରକାର ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଯୋଗଦେଇ ସମସ୍ତେ ଏକଜୁଟ ହୋଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଶକ୍ତି ପ୍ରଦର୍ଶନ ପାଇଁ ଆହ୍ବାନ ଦେଇଥିଲେ। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠିଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଜେଡ଼ିର ମିଡିଆ ସେଲ ସଂଯୋଜକ ଡ଼.ପ୍ରୀୟବତ ମାଝି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ , ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାକେଶ ରାମ୍ , ଆନନ୍ଦପୁର ପୌରାଧ୍ୟକ୍ଷା ରଜନୀରାଣୀ ଖଟୁଆ , ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ଵାଳ, ପୂର୍ବତନ ଜିଲ୍ଲା ପରିଷଦ ତଥା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା , ଆନନ୍ଦପୁର ବ୍ଲକ ବିଜେଡ଼ି ସଭାପତି ରାମଚନ୍ଦ୍ର ପଲେଇ, ଜିଲ୍ଲା ପରିଷଦ ଜିତେନ୍ଦ୍ର ସାମଲ, କୌଶଲ୍ୟା ସେଠୀ ପ୍ରମୁଖ ଯୋଗଦେଇ ବିଜେପି ସରକାର ବିରୁଦ୍ଧରେ ବିଶ୍ଵେଦଗାର କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡ଼ି ନେତା ରବିନ୍ଦ୍ର ନାୟକ, ରବିନ୍ଦ୍ର ସାମଲ, ଦେବପ୍ରିୟ ପାତ୍ର, ମଦନ ହୋତା, ବିଶ୍ବନାଥ ନାୟକ, ବିଜୟ ରାଉତ, ଶତୃଘ୍ନ ପାତ୍ର, ଗୋପାଳ ପଟ୍ଟନାୟକ, ଅମରେନ୍ଦ୍ର ଧଳ, ବସନ୍ତ ପଢ଼ିଆରୀ, ମନୋଜ ମହାନ୍ତି, ଗୋପାଳ ନାୟକ, ବିରେନ୍ଦ୍ର ବିଶ୍ବାଳ, ମଦନ ନନ୍ଦୀ, ବିକ୍ରମ କେଶରୀ ବିଶ୍ବାଳ, ନରେନ୍ଦ୍ର ନାୟକ, ସୁଧାକର ଓଝା, ଝୁଲୁ ଆଇଚ, ବିମଳ କିଶୋର ଜେନା, ଦୀପ୍ତି ରଞ୍ଜନ ଦାସ, ଟୁନା ତ୍ରିପାଠୀ, ସରପଞ୍ଚ ଅଜିତ ରାଉତ, ପ୍ରଶାନ୍ତ ରାଉତ, ହରପ୍ରିୟା ଦଣ୍ଡପାଟ, ଦିନେଶ ସେଠୀ, ରମାକାନ୍ତ ନାୟକ, ଜଗବନ୍ଧୁ କାଣ୍ଡି, ଅନ୍ତର୍ଯ୍ୟାମୀ ଖଣ୍ଡେଇଙ୍କ ସମେତ ବିଜେଡ଼ିର ବହୁ ଛାମୁଆ ନେତା ଓ କର୍ମୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ରେ ତିନି ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିବାରୁ ଆନନ୍ଦପୁର ବିଧାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।