ରେମୁଣାର ଗୁରୁଦ୍ୱାର ଠାରେ ବୀର ବାଲ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ଦିନ ୧୧ ଘଟିକା ସମୟରେ ବାଲେଶ୍ଵର ରେମୁଣା ଗୋଲେଇ ସ୍ଥିତ ଗୁରୁଦ୍ୱାର ଠାରେ ବୀର ବାଲ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଶିଖ ମାନଙ୍କର ଦଶମ ଧର୍ମଗୁରୁ “ଗୁରୁ ଗୋବିନ୍ଦ ସିଂ” ଜୀଙ୍କର ଚାରି ପୁଅଙ୍କ ବଳିଦାନକୁ ମନେପକାଇ ବିଜେପି ଦଳ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ। ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଛୋଟ ଦୁଇ ପୁଅ ସାହିବଜାଦା ଜୋରାବର୍ ସିଂ ଏବଂ ଫତେହ ସିଂ କିଭଳି ନିଜ ଧର୍ମ ଓ ମାନବିକତାକୁ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ବିଧର୍ମୀ ହାତରେ ଟେକି ଦେଇଥିଲେ। ସେହି ବୀର ପୁତ୍ର ମାନଙ୍କୁ ସମ୍ମାନିତ କରିବା ପାଇଁ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀଙ୍କୁ ଟିଭି ମାଧ୍ୟମରେ ଉଦ୍-ବୋଧନ୍ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାର ବିଜେପି ସାଧାରଣ ସମ୍ପାଦକ ପର୍ଶ୍ୟୁରାମ ପରିଡ଼ା, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ପଣ୍ଡା, କମଳା ବିନ୍ଧାଣି, ଜିଲ୍ଲା ସମ୍ପାଦକ ବିଭୂପଦ ଦାସ, ବିଜୟ କୁମାର ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରି ସିପ୍ରାରେଖା ମହାପାତ୍ର, ST ମୋର୍ଚ୍ଚା ଜିଲ୍ଲା ସଭାପତି ବିପିନ ମାରାଣ୍ଡି, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଭଗବାନ ଗୁପ୍ତା, ଗୋପୀନାଥ ସେନାପତି, ରେମୁଣା ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ମଳୟ କୁମାର ବିଶ୍ବାଳ, କାହ୍ନୁ ଚରଣ ବେହେରା, ବିଭୂତି ସେନାପତି, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ସ୍ଵାଧୀନ ଦାଶ, ସୁରଝଙ୍କାର ସେଠୀ, କାଉନସିଲର ଶିବଶଙ୍କର ରୟ, ଜୟନ୍ତ ମଣ୍ଡଳ,ସୁକୁମାର ଦାସ, ବିଜୟ କୁମାର ପଲେଇ, ଝରଣା ମହାନ୍ତି, ମହେଶ୍ୱର ପ୍ରଧାନ, ଅନନ୍ତ ସାହୁ, ପ୍ରଦୀପ ଦାସ, ରତିକାନ୍ତ ଦାସ, ହେମଲତା ସେଠୀ, ଶିଶିର ଦଳେଇ, ସପନ ସାହୁ, ପ୍ରଶାନ୍ତ ଦାସ, ଜୟକୃଷ୍ଣ ସାହୁ ଇତ୍ୟାଦି ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ଏବଂ ଗୁରୁଦ୍ୱାର କମିଟିର ସଦସ୍ୟ ବୃନ୍ଦ ସର୍ଦ୍ଦାର ଜର୍ଣ୍ଣାଲ ସିଂ, ସୁଲିନ୍ଦର୍ ସିଂ, ଜସବୀର ସିଂ, ଶିନ୍ଦର୍ ପାଲ୍ ସିଂ, ଗୁରୁ ଚରଣ ସିଂ, କୁଲବିର ସିଂ, ଚରଞ୍ଜିତ୍ ସିଂ, ବାଲବିନ୍ଦର୍ ସିଂ, କାବଲଜିତ୍ ସିଂ, ବାବାଜୀ ମେଜର ସିଂ ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ