ରେଳ ସଂଯୋଗୀକରଣ ଓ ରେଳ ଷ୍ଟେସନ ସ୍ଥାପନ ଦାବିରେ ବିଶାଳ ସୋଭାଯାତ୍ରା, ରାଷ୍ଟ୍ରପତିଙ୍କ ଉଦେଶ୍ୟରେରେ ଦାବିପତ୍ର ପ୍ରଦାନ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲାର ବହୁ ପୁରାତନ ସହର କରଞ୍ଜିଆକୁ ରେଳ ସଂଯୋଗ ଓ ରେଳ ଷ୍ଟେସନ ସ୍ଥାପନ ଦାବିରେ ଏକ ବିଶାଳ ସଭାଯାତ୍ରା ଆୟୋଜିତ ହୋଇଯାଇଛି ଗୋଲେଇ ସ୍ଥିତ ମୟୁରଭଞ୍ଜ ମହାରାଜାଙ୍କ ପ୍ରତିମୂର୍ତ୍ତି ନିକଟରୁ ସଭାଯାତ୍ରା ଆରମ୍ଭ ହୋଇ ମାଣିକ ଛକ, ମିଳନପଡିଆ, ସିନେମାହଲ ଛକ, ଏନଏସି ଛକ ହୋଇ ବଜାର ପରିକ୍ରମା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା କରଞ୍ଜିଆର ରେଳ ମାନବ ଭାବେ ପରିଚିତ ତଥା ରେଳ କ୍ରିୟାନୁଷ୍ଠାନ କମିଟିର ସଭାପତି ଚିତ୍ତରଞ୍ଜନ ନାଏକ, କରଞ୍ଜିଆ ଓକିଲ ସଙ୍ଘ ସମ୍ପାଦକ ଦିବ୍ୟପ୍ରସାଦ ସାହୁ, କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା, ସମାଜସେବି ତଥା କରଞ୍ଜିଆ ବଣିକ ସଙ୍ଘ ସଭାପତି ବିଷ୍ଣୁକୁମାର ଅଗ୍ରୱାଲ, ସାମ୍ବାଦିକ ସଙ୍ଘ ସଭାପତି ଉମାଶଙ୍କର ଦାସଙ୍କ ସହିତ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ହୋଇ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଅତିରିକ୍ତ ଜିଲ୍ଲାପାଳ ବେଦବ୍ୟାସ ଭୋଇଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରେ ଦାବିପତ୍ର ପ୍ରଦାନ କରିଥିଲେ ଦୀର୍ଘ ୨୫ ବର୍ଷ ହେବ କରଞ୍ଜିଆ ଉପଖଣ୍ଡ କୁ ରେଳ ସଂଯୋଗୀକରଣ ନିମନ୍ତେ ଚିତ୍ତରଞ୍ଜନ ନାଏକ ଙ୍କ ନେତୃତ୍ୱ ରେ ଉପଖଣ୍ଡ ର ବିଭିନ୍ନ ସଂଗଠନ ଦ୍ୱାରା ପ୍ରୟାସ ଆରମ୍ଭ ହୋଇଥିଲା ପୂର୍ବରୁ ରେଳପଥ ନିମନ୍ତେ ଧାରଣା, ରାଲ୍ଲୀ, ବନ୍ଦ ପାଳନ କରାଯାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ୨0୧୯ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୋଲେଇ ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ କରଞ୍ଜିଆକୁ ରେଳ ସଂଯୋଗ ହେବ ବୋଲି ଘୋଷଣା କରିଥିଲେ ଚଳିତ ବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନ ରେ ସ୍ଥାନୀୟ ଲୋକେ ଉଭୟ କେନ୍ଦୁଝର, ମୟୁରଭଞ୍ଜ ଲୋକସଭା ସହିତ ଜିଲ୍ଲାର ସମସ୍ତ ବିଧାନସଭା ଆସନରୁ ବିଜେପି ବିଧାୟକ ଙ୍କୁ ବିଜୟୀ କରାଇଛନ୍ତି
ମୟୁରଭଞ୍ଜ ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ମହୋଦୟା ବର୍ତମାନ ଭାରତ ର ମହାମହିମ ରାଷ୍ଟ୍ରପତି ଅଛନ୍ତି
ଓଡିଶା ରୁ ନିର୍ବାଚିତ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ସରକାର ରେ ରେଳ ମନ୍ତ୍ରୀ ରହିଛନ୍ତି ଏଣୁ କରଞ୍ଜିଆ ବାସୀଙ୍କ ନ୍ୟାର୍ଯ୍ୟ ଦାବୀ କୁ ଗ୍ରହଣ କରି ବାଦାମପାହାଡ଼ କେନ୍ଦୁଝର କୁ ସଂଯୋଗ ହେବାକୁ ଯାଉଥିବା ରେଳ ଲାଇନ କରଞ୍ଜିଆ ଦେଇ ଯାଉ ଓ କରଞ୍ଜିଆ ଠାରେ ଏକ ଷ୍ଟେସନ ସ୍ଥାପନ ହେଉ ବୋଲି କରଞ୍ଜିଆ ରେଳ କ୍ରିୟାନୁଷ୍ଠାନ କମିଟି ଦାବୀ କରିଛି ଏହା ସହିତ ଆସନ୍ତା ୬ ତାରିଖ ମହାମହିମ ରାଷ୍ଟ୍ରପତି ଙ୍କ ରାଇରଙ୍ଗପୁର ଗସ୍ତ ସମୟରେ କରଞ୍ଜିଆ ରେଳ କ୍ରିୟାନୁଷ୍ଠାନ କମିଟି ର ପ୍ରତିନିଧି ମଣ୍ଡଳ ତାଙ୍କୁ ଭେଟି ପୁନର୍ବାର ଏକ ଦାବିପତ୍ର ପ୍ରଦାନ କରିବ ବୋଲି କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ