ଲୋକଙ୍କ ସମସ୍ୟା ଆଲୋଚନା କରିବାକୁ ପୌର କର୍ତ୍ତୃପକ୍ଷଙ୍କ ପଛଘୁଞ୍ଚା କାହିଁକି:ପୀତବାସ ପଣ୍ଡା

ବ୍ରହ୍ମପୁର,(ଅନିଲ କୁମାର): ଗତକାଲି ମହାନଗର ନିଗମର କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି,ସହରର ବିଭିନ୍ନ ସମସ୍ୟା ନେଇ କାଉନସିଲ୍ ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ସମ୍ପ୍ରତି ଦୁଇଟି ନଗଦ ଲୋକଙ୍କ ସମସ୍ୟା ଆଲୋଚନା ନ ହେବା ଦୁର୍ଭାଗ୍ୟର ବିଷୟ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ଅତିଥି ଭବନ ଓ ଏହାର ପରିସରରେ ଥିବା ମଦ ଦୋକାନର ଲିଜ୍ ବୃଦ୍ଧି ନ କରିବା ଓ ବର୍ଦ୍ଧିତ ଘର ଟିକସ (ପାନୁ)ବୃଦ୍ଧି ସଂକ୍ରାନ୍ତ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଧେଶ ଉପରେ ପୌର ପରିଷଦ ବୈଠକରେ ଆଲୋଚନା ନ କରିବା କଥାରୁ ସ୍ଵଷ୍ଠ ଅନୁମେୟ ଯେ ବ୍ରହ୍ମପୁର ମହାନଗର ନିଗମ ଲୋକଙ୍କ ସମସ୍ୟା ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛି । ଗତ ପାଞ୍ଚବର୍ଷ ତଳେ ଅର୍ଥାତ୍ ୧୬.୧୧.୨୦୧୯ ରେ ତତ୍କାଳୀନ ବିଜେଡି ସରକାର ଏକ ଅଦୃଶ୍ୟ ଲାଳସାର ବସବତି ହେଇ ସମସ୍ତ ନିୟମ ଓ କାନୁନ୍କୁ ଜଳାଞ୍ଜଳି ଦେଇ ବ୍ରହ୍ମପୁର ମହାନଗର ନିଗମ ଗେଷ୍ଟ ହାଉସକୁ ଏକ ଘରୋଇ ବ୍ୟକ୍ତି ବିଶେଷଙ୍କୁ ଲିଜ ସୂତ୍ର ରେ ପାଞ୍ଚ ବର୍ଷ ପାଇଁ ଦେଇଦେଲେ। ଉକ୍ତ ଘରୋଇ କମ୍ପାନୀ ସେଠାରେ ଏକ ଖୋଲା ମଦ ଦୋକାନ ଖୋଲିଲେ । ବର୍ତ୍ତମାନ ସେହି ଲିଜର ଅବଧି ପାଞ୍ଚ ବର୍ଷ ପୂର୍ଣ୍ଣ ହୋଇଯାଇଛି । ଏହା ଉପରେ ପୌର ପରିଷଦ କଣ ନିଷ୍ପତ୍ତି ନେବ ସହରବାସୀ ଜାଣିବା ପାଇଁ ଅପେକ୍ଷା କରିଥିଲେ । ଠିକ୍ ସେହିପରି କାଉନସିଲ୍ ର ଅନୁମୋଦନ ନ ଥାଇ, ବିନା ବିଜ୍ଞପ୍ତିରେ ଓ ଜନ ଶୁଣାଣି ନ କରି ସହରବାସୀ ଙ୍କ ଉପରେ ଚାରି ବର୍ଷ ତଳେ କର୍ତ୍ତୃପକ୍ଷ ବର୍ଦ୍ଧିତ ଘରପାନୁ ଲୋକଙ୍କ ଉପରେ ଲଦି ଦେଇଥିଲେ । ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ପିତବାସ ପଣ୍ଡା ଏହାର ପ୍ରତିବାଦରେ ଅଦାଲତ ର ଆଶ୍ରୟ ନେଇଥିଲେ । ବର୍ତ୍ତମାନ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତିନିମାସ ମଧ୍ୟରେ ବର୍ଦ୍ଧିତ ଘର ଟିକସ ଉପରେ ପୌର ପରିଷଦ ସଠିକ୍ ନିଷ୍ପତି ନେଉ ବୋଲି ନିର୍ଦ୍ଧେଶ ଦେଇଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଦୁଇଟି ଘଟଣା ପୌର ପରିଷଦ ବୈଠକରେ ଆଲୋଚନା ନହେବା ପୌର ପରିଷଦ ଲୋକ ଙ୍କ ସମସ୍ୟା ସମାଧାନ କରିବାକୁ ପଛଘୁଂଚା କରୁଥିବା ସ୍ବଷ୍ଠ ଅନୁମେୟ ହେଉଛି ବୋଲି ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ଏକ ପ୍ରେସ ବିବୃତିରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ