ଲ୍ୟାମ୍ଫ ଗୁଡିକରେ ସଭାପତିଙ୍କୁ ଅଣଦେଖା
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସରକାରଙ୍କ ଆନ୍ତରିକତା ଅଭାବ ପାଇଁ ବାଟ ବଣା ହୋଇଯାଇଛି । ଘଟଣାରୁ ପ୍ରକାଶଯେ ଚାଷ କାର୍ଯ୍ୟ ବଢିବା ସଙ୍ଗେ ଚାଷୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବହୁମୁଖୀ ସମବାୟ ସମିତି ଦ୍ବାରା ଚାଷୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ବଦ୍ଧ ପରିକର ଥିବାବେଳେ ୨ ଗୋଟି ଗ୍ରାମପଞ୍ଚାୟତରେ ଗୋଟିଏ ଲ୍ୟାମ୍ଫ ନିର୍ମାଣ କରାଗଲା । ଚାଷୀ ମାନେ ସମିତି ଗଠନ କରି ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କଲେ ଉକ୍ତ ସମିତିର ସମସ୍ତ କାଗଜପତ୍ର ଦ୍ଵାରା ଏମଡି ନିଯୁକ୍ତ ହୋଇ କାର୍ଯ୍ୟ କଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାରୀ ସ୍ତରରେ କିମ୍ବା ଏମଡିଙ୍କ ହେୟ ଜ୍ଞାନ ଯୋଗୁଁ ଚାଷୀଙ୍କ ସୁବିଧା ନିମନ୍ତେ ସମିତି ଗଢି ଥିବା ସଭାପତି କିମ୍ବା କମିଟିକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ସମବାୟ ସପ୍ତାହ ଦିବସ ପାଳିତ କରାଗଲା ସମିତିର ସଭାପତି କିମ୍ବା କୌଣସି କର୍ମକର୍ତ୍ତାଙ୍କୁ ଡକା ଗଲା ନାହିଁ । ଚାଷୀଙ୍କ ନିମନ୍ତେ କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୨୩୦୦ ଟଙ୍କା ଦେଉଥିବାବେଳେ ନୂଆ କରି ବିଜେପି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କ ନେତୃତ୍ୱରେ ଗଢି ଥିବା ଲୋକଙ୍କ ପାଇଁ ଲୋକଙ୍କ ନିମନ୍ତେ ପିପୁଲ ସିଏମ ଚାଷୀଙ୍କ ନିମନ୍ତେ ଆଉ ୮୦୦ ଟଙ୍କା ଯୋଡ଼ି ସର୍ବମୋଟ ୩୧୦୦ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ସଚେତନ କରିବା ପାଇଁ ସଭା ସମିତି ଠାରୁ ପଦ ଯାତ୍ରା ଆଦି କରା ଯାଇଥିଲେ ସମିତିର ସଭାପତି କିମ୍ବା କର୍ମକର୍ତ୍ତାଙ୍କୁ ନ ଜଣାଇବା ସମିତି ପ୍ରତି ଏମଡି ଓ ବିଭାଗୀୟ ଅଧିକାରୀଙ୍କ ବେଖାତିର ମନୋଭାବ ଜଣା ପଡ଼ିଛି । ପୂର୍ବ ସରକାରରେ ମିଲର, ଏମଡି ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ଚାଷୀଙ୍କ ଧାନରୁ କୁଇଣ୍ଟାଲ ପ୍ରତି ୫,୬,୧୦ କିଲୋ କଟା ଯାଉଥିଲା । କିନ୍ତୁ ନୂଆ ସରକାରରେ କଟନୀ ଛଟନୀ ବନ୍ଦ । ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୪ଘଣ୍ଟା ଭିତରେ ଟଙ୍କା ଯିବାର ମଧ୍ୟ ବ୍ୟବସ୍ଥା କରିଛନ୍ତି । ହେଲେ ନୂଆ ସରକାର ଚାଲିଥିଲେ ମଧ୍ୟ ଏମଡି କିମ୍ବା ବିଭାଗୀୟ ଅଧିକାରୀଙ୍କ ସରକାରଙ୍କ ପ୍ରତି କିମ୍ବା ଚାଷୀଙ୍କ ପ୍ରତି ଭୟ ନାହିଁ । ପୂର୍ବ ସରକାର ଭଳି ଏମଡି, ଅଧିକାରୀ ଓ ମିଲର ମଧ୍ୟରେ ଅସାଧୁ ମେଣ୍ଟ ହୋଇ ଥିବା ଚର୍ଚ୍ଚା ଜୋର ଧରିଛି । ଯଦି ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବଦଳି କରା ନ ଯାଏ ତେବେ ପୂର୍ବ ସରକାର ଭଳି ଦୃନୀତି ହେବା ସ୍ବାଭାବିକ ବୋଲି ସମାଜସେବୀ ପ୍ରେମା ସିଂ କହିଛନ୍ତି । ଏଣୁ ଏ ସବୁ ଘଟଣାକୁ ଅନୁସନ୍ଧାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ତୁରଂତ ଏମଡି ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ବଦଳି କରିବା ଏବଂ ଚାଷୀଙ୍କ ନିମନ୍ତେ ସମିତି ଗଢି ଥିବା ସଭାପତି ଓ କର୍ମଚାରୀଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବା ପଦ ମର୍ଯ୍ୟାଦାକୁ ସମ୍ମାନ ଦେବାକୁ ଚାଷୀ ହାଡିବନ୍ଧୁ ନାଏକ,ରସାନନ୍ଦ ଘଣା,ଶ୍ରୀକାନ୍ତ ମହାନ୍ତ,ସୁଜନ ଦେହୁରୀ,ସୁଶିଲ ମହାନ୍ତ, ବଂଶୀଧର ମହାନ୍ତ,ପୂର୍ଣ୍ଣ ଚନ୍ଦ୍ର ମହାନ୍ତ,ମଦନ ଦେହୁରୀ,ଆଶୀର୍ବାଦ ନାଏକ,କୂଳ ସିଂ,ପୁଷ୍ପଲତା ମହାକୁଡ,ରଶ୍ମି ରେଖା ମହାନ୍ତ ,ଶୈଳବାଳା ପରିଡ଼ା,ମମତା ରାଣୀ ମହାନ୍ତ ପ୍ରମୁଖ ଜିଲ୍ଲାପାଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଦେଖିବାର ବାକି ରହିଲା ନୂଆ ସରକାର କଣ କରୁଛନ୍ତି ।