ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ
ହାଟଡିହି, (ବିକାଶ ବିଶ୍ୱାଳ):ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ବାର୍ଷିକ ଉତ୍ସବ ଉଦପାପିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବକୁ ପ୍ରଧାନଶିକ୍ଷକ ନବକିଶୋର ବିଶ୍ୱାଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଘସିପୁରା ବ୍ଲକର ବିଇଓ ତପୋଧନ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତି କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ସଟପୁଟ ଥ୍ରୋ, ଡିସକସ୍ ଥ୍ରୋ, ସ୍କିପିଙ୍ଗ ପ୍ରଭୃତି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ନବକିଶୋର ବିଶ୍ଵାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଅଧିକାରୀ ଓଁକାର ଅନ୍ବେଷ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବିଦ୍ୟାଧର କର, ସମ୍ମାନୀତ ଅତିଥି ଭାବେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମୀତା ସ୍ୱାଇଁ, ଓଷ୍ଟାର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଓଷ୍ଟାର ବ୍ଲକ ସଭାପତି ନବଘନ ନାୟକ ପ୍ରମୁଖ ଯୋଗଦେଇ ଶୃଙ୍ଗଳା ଓ ଅନୁଶାସନ ହିଁ ଛାତ୍ରଛାତ୍ରୀ ମାନଙ୍କୁ ସୁନାଗରିକଭାବେ ଗଢି ତୋଳିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ ଚମ୍ପିୟନ ହୋଇଥିବା ବ୍ରହ୍ମାନନ୍ଦ ଜେନା, ସାଇ ପ୍ରସାଦ ସାମଲ, ତନ୍ମୟା ସେନାପତି, ସୋହାନି ସା, ପ୍ରିତୀ ସାହୁ, ଅର୍ପିତା ଜେନା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇ ଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୁନ୍ତଳାଦେବୀ ଓ ପଣ୍ଡିତ ମକରଧ୍ବଜ ମେମୋରିଆଲ ଟ୍ରଷ୍ଟ ତରଫରୁ ଡାକ୍ତର ପ୍ରସନ୍ନ କୁମାର ନାୟକ ଏବଂ ଶ୍ରୀମତୀ ମୀରାବାଳା ମହାପାତ୍ରଙ୍କ ଦ୍ୱାରା ମାଟ୍ରିକ ପରୀକ୍ଷା ୨୦୨୪ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଚିତ୍ରେଶ୍ଵରୀ ବେହେରା ଓ ରାଜ୍ୟ କ୍ରିକେଟରେ ପାରଦର୍ଶିତା ହାସଲ କରିଥିବା ଛାତ୍ରୀ ଦିପ୍ତିମୟୀ ଜେନାଙ୍କୁ ମାନପତ୍ର ପୁରସ୍କାର ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା। ଶାନ୍ତନ୍ତ କୁମାର ରାଉତ, ପଦ୍ମନାଭ ସାମଲା, ଜ୍ୟୋତ୍ସ୍ନାମୟୀ ଭଞ୍ଜ କ୍ରୀଡା ପରିଚାଳନା କରିଥିବା ବେଳେ ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ, ସତ୍ୟବ୍ରତ ବିଶ୍ଵାଳ, ପର୍ଶୁରାମ ନାୟକ, ରମେଶ ଚ଼ନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।