ଶିକ୍ଷାବିତଙ୍କ ପରଲୋକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅଞ୍ଚଳର ସୁନାମଧନ୍ୟ ଶିକ୍ଷକ ତଥା ନଳଦିଆଶାସନ ଗ୍ରାମେଶ୍ୱର ଉଚ୍ଚ ବିଦ୍ୟାପୀଠର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସମାଜସେବୀ ସୁଦର୍ଶନ ସାହୁଙ୍କର ୯୨ବର୍ଷ ବୟସରେ ପରଲୋକ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅଧିନ ଯଦୁପୁର ପଞ୍ଚାୟତର ମଶାକଣୀ ଗ୍ରାମସ୍ଥିତ ବାସଭବନରେ ସ୍ୱର୍ଗତ ସାହୁଙ୍କର ବିୟୋଗ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁତ୍ର, ଦୁଇ ଝିଅ, ଜ୍ୱାଇଁ, ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ସେ ଦୀର୍ଘଦିନ ଧରି ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ମଶାକଣୀସ୍ଥିତ ଘରେ ଅବସ୍ଥାନ କରୁଥିଲେ । ସେ ଗ୍ରାମେଶ୍ୱର ବିଦ୍ୟାପୀଠର ପ୍ରତିଷ୍ଠାତା ଥିବା ସହ ସେହି ବିଦ୍ୟାଳୟରେ ଦୀର୍ଘ ୪୦ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ଅବସର ନେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ସାହୁ ଜଣେ ସମାଜସେବୀ, ନିଷ୍ଟାପର, ମିଷ୍ଠଭାଷୀ, ମେଳାପୀ, ଧର୍ମପରାୟଣ ଓ ଜଣେ ସୁନାମଧନ୍ୟ ଆଦର୍ଶ ଶିକ୍ଷକ ଭାବେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ବହୁ ଶିକ୍ଷକ, ଛାତ୍ର, ଶିକ୍ଷକ ସଂଗଠନ, ପୁରାତନ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କ ମର ଶରୀରକୁ ଏକ ଶୁସଜ୍ଜିତ ଶୋଭାଯାତ୍ରାରେ ଯଦୁପୁର ଏବଂ ଟିକରପଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପରିକ୍ରମା କରାଯିବା ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।