ଶିକ୍ଷାବିଭାଗ ପକ୍ଷରୁ ଆସିକାରେ ବ୍ଳକସ୍ତରୀୟ “ପ୍ରଗତି” କର୍ମଶାଳା ଉଦ୍‍ଘାଟିତ

ଆସିକା, (ୱାଇଏନ୍‍ଏସ୍‍):ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା ଭୁବନେଶ୍ୱରଙ୍କ ପରାମର୍ଶକ୍ରମେ ସୋମବାର ଠାରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟର ଅନ୍ତର୍ଗତ ଚିନିଶିଳ୍ପ ନୁଆଗାଁ ସ୍ଥିତ ଦି ଆସିକା ସୁଗର ଇଣ୍ଡଷ୍ଟ୍ରିସ୍‍ ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ସକାଶେ ତ୍ରିବସୀୟ ପ୍ରଗତି କର୍ମଶାଳା ଉଦ୍‍ଘାଟିତ ହୋଇଯାଇଛି । ଆସିକାର ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ପରାମର୍ଶକ୍ରମେ ଆରମ୍ଭ ହୋଇଥିବା ଏହି ପ୍ରଗତି କର୍ମଶାଳାର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ଯୋଗଦେଇ ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ପ୍ରଧାନଶିକ୍ଷକମାନଙ୍କ ବୃତ୍ତିଗତ ବିକାଶ ନିମନ୍ତେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନା ଗୁଡିକ ଉପରେ ସୂଚନା ପ୍ରଦାନ କରି ଶିକ୍ଷାର୍ଥୀମାନଙ୍କ ଭବିଷ୍ୟତ ତଥା ବିଦ୍ୟାଳୟର ସାମଗ୍ରିକ ବିକାଶରେ ପ୍ରଧାନଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବେଳେ ଏହି ପ୍ରଗତି କର୍ମଶାଳା ପ୍ରଧାନଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏହି ତ୍ରିବସୀୟ ବ୍ଳକସ୍ତରୀୟ ପ୍ରଗତି କର୍ମଶାଳାରେ ୧୩ଟି କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟର ୪୬ ଜଣ ପ୍ରଧାନଶିକ୍ଷକଙ୍କୁ ପ୍ରଶିକ୍ଷକ ରୂପେ ସାରଙ୍ଗଧର ଦାଶ, ଭଂଜ ବେହେରା, ଶିବରାମ ଗୌଡ, ଶରତ ଚନ୍ଦ୍ର ନାହାକ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ର ସଫଳ ରୂପାୟନ, ବିଦ୍ୟାଳୟର ସାମଗ୍ରିକ ବିକାଶ ଦିଗରେ ପ୍ରଧାନଶିକ୍ଷକମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମେତ ବିଭିନ୍ନ ଶିକ୍ଷାକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ତାଲିମ୍‍ ପ୍ରଦାନ କରୁଥିବା ଜଣାପଡିଛି । ଏହି କର୍ମଶାଳାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷକ ସିମାଂଚଳ ସେଠୀ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ