ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ କାର୍ତିକଢ଼ି ପ୍ରାଥମିକ ବିଦ୍ୟାଳୟ ଠାରେ ସପ୍ତାହ ବ୍ୟାପି ଶୀତକାଳିନ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ ହୋଇଯାଇଛି। ସହୀଦ ଭଗତ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟ, ଖଣ୍ଡଦେଉଳି ଆନୁକୂଲ୍ୟରେ ଏବଂ ପ୍ରୋଗ୍ରାମ ଅଫିସର ଡ଼. ଦେବୀ ପ୍ରସାଦ ପଟ୍ଟନାୟକ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ୭ ଦିନ ଧରି ଚାଲୁ ରହିଥିଲା।କଲେଜ ର ଅଧକ୍ଷା ଶ୍ରୀମତୀ ମୀନତି ପଟନାୟକ, ବରିଷ୍ଠ ଅଧ୍ୟାପକ, ଲିଙ୍ଗରାଜ ସାର, ଆନନ୍ଦ ସାର, ବସନ୍ତ ସାର, ଏବଂ ମହାବିଦ୍ୟାଳୟ ର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା, ଆଖଣ୍ଡଳମଣି ସାର, ଜୟନ୍ତୀ ମ୍ୟାଡମ,ପଦ୍ମା ମ୍ୟାଡମ ଏବଂ କଲେଜ ର ସମସ୍ତ କର୍ମଚାରୀ ମାନେ ରହି ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିତକାଳୀନ ଜାତୀୟ ସେବା ଯୋଜନା ଶିବିର ର ଶେଷ ଦିନରେ ସମସ୍ତ ସ୍ବେଛାସେବୀ ମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା ଏବଂ ଶେଷରେ ପ୍ରୋଗ୍ରାମ ଅଫିସର ଡ଼. ଦେବୀ ପ୍ରସାଦ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ