ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ଭକ୍ତଙ୍କ ସହାୟତର ହାତ ବଢ଼ି ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏନେଇ ଗଜପତି ଜିଲ୍ଲା ସମେତ ସମଗ୍ର ଓଡିଶାର ବିଭିନ୍ନ ଅଞ୍ଚଳର ଭକ୍ତଙ୍କ ସହ ପଡୋଶୀ ଆନ୍ଧ୍ର ପ୍ରଦେଶର ବହୁ ଭକ୍ତ ମଧ୍ୟ ନୂତନ ମନ୍ଦିର ନିର୍ମାଣ ପାଇଁ ସହାୟତାର ହାତ ବଢ଼ାଇ ନିଜ ନିଜକୁ ମନ୍ଦିର ନିର୍ମାଣରେ ସାମିଲ କରିପାରିଛନ୍ତି. ଶ୍ରୀଜଗନ୍ନାଥଙ୍କ ଭକ୍ତ ତଥା ପାରଳାଖେମୁଣ୍ଡି ସହରର ଲୋକପ୍ରିୟ ବରିଷ୍ଠ ଡାକ୍ତର ଆର.ରାମଚନ୍ଦ୍ର ରବି ୩ ଲକ୍ଷ ଟଙ୍କାର ଚେକ ମନ୍ଦିର ନିର୍ମାଣ କମିଟିକୁ ପ୍ରଦାନ କରିଛନ୍ତି. ସେହିପରି ପାରଳା ସହରର ବିଶିଷ୍ଟ ଶିଳ୍ପପତି ଭି. କାଶୀରାଜୁ ଏବଂ ତାଙ୍କ ପୁଅ ଭି. କେ. ବାଲାଜୀ ରାଜୁ ମନ୍ଦିର ନିର୍ମାଣ ପାଇଁ କମିଟିକୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି. ବାଲାଜୀ ରାଜୁ ପ୍ରଥମେ ସହ ପରିବାର ସହ ପାରଳା ଜଗନ୍ନାଥ ମନ୍ଦିରରେ ପହଞ୍ଚି ମନ୍ଦିର ନିର୍ମାଣ ପାଇଁ ରହିଥିବା ଶୀଳାକୁ ପୂଜାଅର୍ଚ୍ଚନା କରିବା ପରେ ମନ୍ଦିର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରି ସହଭାଗୀ ହୋଇଥିଲେ. ମନ୍ଦିର ନିର୍ମାଣ କମିଟି ତରଫରୁ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ କମିଟି ଅନ୍ୟ କମିଟି ସଭ୍ୟମାନେ ମନ୍ଦିର ନିର୍ମାଣରେ ସହାଭାଗୀ ହୋଇଥିବା ୨ ପରିବାରଙ୍କୁ ସାଧୁବାଦ ଜଣାଇଛନ୍ତି.