ଶ୍ରୀମନ୍ଦିରର ବରିଷ୍ଠ ସୁପରଭାଇଜର ତଥା ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପୁରୀ,(ୱାଏନଏସ):ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ଜଣେ ଦୁର୍ବୁତ୍ତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଭୁଜାଲିରେ ହାଣି ଘଟଣାସ୍ଥଳରୁ ଫେରାର। ଏହି ଅଭାବନୀୟ ଘଟଣା ଘଟିଛି। ତେବେ ଗୁରୁତର ଅବସ୍ଥାରେ ଆହତ ହୋଇଥିବା ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ପୁରୀ ସିଡିଏମଓ ରୁପଭାନୁ ମିଶ୍ର। ସିଡିଏମଓ ଙ୍କ ସୂଚନା ଅନୁସାରେ ଆହତ ହୋଇଥିବା ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ହାତ, କାନ୍ଧ ଏବଂ ପିଠିରେ ଗଭୀର ଆଘାତ ଲାଗିଛି। ଏହାକୁ ଚିକିତ୍ସା କରାଯିବା ସହ ଏକ୍ସରେ ମଧ୍ୟ କରାଯାଇଛି। ସେପଟେ ଆକ୍ରମଣର ଶିକାର ହୋଇଥିବା ବକ୍ସି ରାମଚନ୍ଦ୍ର ପ୍ରତିହାରୀ କହିଛନ୍ତି ଗତ କିଛିଦିନ ହେବ ଜଣେ ଅଣସେବାୟତ ଆନନ୍ଦ ବଜାରରେ ବେଆଇନ୍ ଭାବେ କ୍ଷୀରା ଏବଂ ରାବେଡି ବିକ୍ରି କରୁଥିଲା। ଏହାକୁ ନେଇ ସେ ବାରମ୍ବାର ବାରଣ କରିଥିଲେ। ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଉକ୍ତ ଅଣସେବାୟତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ମହାସୁଆର ନିଯୋଗର ସମ୍ପାଦକ ଗଣେଶ୍ଵର ମହାସୁଆର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ବରିଷ୍ଠ ସେବାୟତ ଗଣେଶ୍ଵର ମହାସୁଆର କହିଚନ୍ତି ଏହା ଏକ ଗୁରୁତର ଘଟଣା। ମନ୍ଦିର ପ୍ରଶାସନ ଏହାର ତଦନ୍ତ କରି କଡା କାର୍ଯ୍ୟନୁଷ୍ଠାନ ନେବ। ଆହତ ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଜଣେ ଉତ୍ତମ ବ୍ୟକ୍ତି।ସେ ଶ୍ରୀ ମନ୍ଦିର କୁ ଶୃଂଖଳା ରେ ପରିଚାଳନା କରନ୍ତୁ। ଯିଏ ବି ଏଭଳି କାର୍ଯ୍ୟ କରିଚି ତାହା ସିସିଟିଭି ରେ ଚିହ୍ନଟ କରାଯିବା ପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଚି। ଶ୍ରୀ ମନ୍ଦିର ରେ ବିଶୃଙ୍ଖଳା କୁ ବରଦସ୍ତ କରାଯିବ ନସି। ଏହି ଘଟଣା ପଛରେ ଯିଏ ବି ଥିବ ଶ୍ରୀ ମନ୍ଦିର ପ୍ରଶାସନ ମଧ୍ୟ କାର୍ଯ୍ୟନୁଷ୍ଠାନ ନେବ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ ହସ୍ପିଟାଲରେ ଭେଟିବା ସହ ଆଶୁ ସମାଧାନ ଆରୋଗ୍ୟ କାମନା କରିଛନ୍ତି। ସେପଟେ ଆହତ ହୋଇଥିବା ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ