ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବାର୍ଷିକ କ୍ରୀଡା ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ଶ୍ରୀ ଅରବିନ୍ଦଙ୍କ ମହାପ୍ରୟାଣ ଦିବସ ଅବସରରେ ବାଲିପଦର ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପକ୍ଷରୁ ବାର୍ଷିକ କ୍ରୀଡାଉତ୍ସବ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ସତ୍ୟସାଇ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ଯକ୍ଷ ଏ. ସର୍ଭିସ୍ ଆଚାରୀ, ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ନାରାୟଣ ସାମନ୍ତରା , ଅଧ୍ଯକ୍ଷା ନୟନୀ ମହାରଣା, ସମ୍ପାଦକ କେ.ସମିତ୍ କୁମାର ପାତ୍ର, ସହ ସମ୍ପାଦକ ଜି.ସଂଜୀବ କୁମାର ପାତ୍ର , କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନରେ କ୍ରୀଡାର ଆବଶ୍ଯକତା ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର କର୍ମକର୍ତ୍ତା, ଅଧ୍ୟକ୍ଷା ଓ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ବିଶିଷ୍ଠ ବ୍ୟକ୍ତି ବିଶେଷ ବୃନ୍ଦ ଛାତ୍ରଛାତ୍ରୀଙ୍କ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇ ନଗର ପରିକ୍ରମା କରିଥିଲେ। ଏହି କ୍ରୀଡା ଉତ୍ସବ ଏକ ସପ୍ତାହ ବ୍ଯାପି ଚାଲୁରହିବାର କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ