ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ପୂର୍ବତନ ଅଧ୍ୟାପକଙ୍କ ପାଇଁ ସ୍ମୃତିଚାରଣ ସଭା

ନାଉଗାଁ, (ୱାଇଏନ୍‌ଏସ୍‌): ନାଉଗାଁ ବ୍ଲକସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଡକ୍ଟର ସୁଦର୍ଶନ ଶତପଥିଙ୍କ ବିୟୋଗରେ ସ୍ମୃତିଚାରଣ ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଅଧ୍ୟାପକ ଜ୍ୟୋତିପ୍ରକାଶ ଲେଙ୍କା, ତୁଷାରକାନ୍ତ ଦାସ, ଚୈତନ୍ୟ ଚରଣ ପରିଡା, ସୁରେଶ କୁମାର ବାରିକ, ଲହରିକା ଚୌଧୁରୀ, ପୁଷ୍ପଲତା ସେଠୀ, ନିକୁଂଜ ରଂଜନ ଦାଶ, ପ୍ରଭାତ କୁମାର ଶତପଥି, ଖେଳ ଶିକ୍ଷକ ସୁଧାଂଶୁ ମୋହନ ନାୟକ, ସୁଶିଲ କୁମାର ସ୍ୱାଇଁ, ମୂଖ୍ୟ କିରାଣୀ ବିଜୟ କୁମାର ଦାଶ, କିରାଣୀ ସୁଶିଲ କୁମାର ବିଶ୍ୱାଳ, ସହ କିରାଣୀ ରମେଶ ଦାସ, ରଂଜିତ ମହାନ୍ତି, ଏମଏସ ନିହାରଂଜନ, ଆଦର୍ଶ କୁମାର ରାଉଳ, ନର୍ମଦା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ଶତପଥି ମହାବିଦ୍ୟାଳୟରେ ଓଡିଆ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ସମୟରେ ସମସ୍ତଙ୍କ ପ୍ରୟଭାଜନ ଥିଲେ । ସେ ଜଣେ ମେଳାପୀ ଓ ଉତମ ସ୍ୱଭାବର ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିବା ସହିତ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ