ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ୨୦୨୪ ଅନୁଷ୍ଠିତ
ହାଟଡିହି, (ବିକାଶ ବିଶ୍ୱାଳ):ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ତରଫରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ରବିବାର ଦେଶ ଓ ବିଦେଶରେ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଯାହା ଖାଉଛନ୍ତି, ପିନ୍ଧୁଛନ୍ତି, ଶ୍ରୀକ୍ଷେତ୍ର ପରିକ୍ରମା,ଶ୍ରୀମନ୍ଦିର ପରିକ୍ରମା, ମଠ, ପ୍ରସାଦ, ଭୋଗ, ମହାପ୍ରସାଦ, ଦୈନିକ ନୀତି, ପୁଷ୍ପ ଅଳଙ୍କାର, ବସ୍ତ୍ର ଅଳଙ୍କାର, ଶ୍ରୀମନ୍ଦିରରେ ବେଦ ପାଠ, ଯାନିଯାତ୍ରା ଓ ପର୍ବପର୍ବାଣୀ, ଅନବସର,ରଥ ନିର୍ମାଣ, ବେଶ ରହସ୍ୟ, ସେବା ଓ ସେବକ, ଭକ୍ତ ଚରିତ, ମନ୍ଦିର ସ୍ଥାପତ୍ୟ କଳା, ଏହିଭଳି ମହାପ୍ରଭୁଙ୍କ ର ଲୀଳା ବିଷୟରେ ଆଧାର କରି ୫୦ ଟି ପ୍ରଶ୍ନ ଆସିଥିଲା। ଆଜିକା ଦିନରେ ଯୁବ ଗୋଷ୍ଠୀ କିପରି ଜଗନ୍ନାଥଙ୍କ ସଂସ୍କୃତି ପ୍ରତି ଆଗେଇବେ ଓ ଜାଣିବେ ଚାରଣ ଗୋଷ୍ଠୀ ର ପ୍ରୟାସ ଯାରିରଖିଛି। ଚାରଣ ଜିଲ୍ଳା ପରୀକ୍ଷା ନିୟନ୍ତ୍ରକ ତପନ କୁମାର ନାୟକ ଙ୍କ ସୂଚନା ଅନୁଯାୟୀ ହାଟଡିହି ବ୍ଲକର ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହି ,ବିଶ୍ଵ ତାରିଣୀ ମହିଳା ମାଧ୍ୟମିକ ବିଦ୍ୟାଳୟ ଛେନାପଦି, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗ, ବରାହୀ ଉଚ୍ଚ ବିଦ୍ୟାଳୟ ବଞ୍ଚୋ, ସୁବନେଶ୍ୱର୍ ଉଚ୍ଚବିଦ୍ୟାଳୟ ସୁଲଣ, ବରାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଞ୍ଚୋ, ମୁଗୁପୁର ଉଚ୍ଚ ବିଦ୍ୟାଳୟ ମୁଗୁପୁର୍, ବି ଡି ନୋଡାଲ ପ୍ରାଥମିକ ବିଦ୍ୟାଳୟ ଅକରୁଆ, ଅନନ୍ତ ଗୋପାଳ ଉପି ବିଦ୍ୟାଳୟ ବଂଚୋ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୂର୍, କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ କଳିଙ୍ଗା, ମୁକୁନ୍ଦ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିପଦା ଓ ଘଷିପୁରା ବ୍ଲକ ରେ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ରାମଚନ୍ଦ୍ରପୁର,ମା ସରସ୍ଵତୀ ବିଦ୍ୟାପୀଠ ଗମ୍ପୂର୍ ଓ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ପରୀକ୍ଷା ହୋଇଛି। ଜଗନ୍ନାଥଙ୍କ କୃପାରୁ ଜିଲ୍ଲା ସ୍ତରରେ କିଭଳି ପରୀକ୍ଷା ଠିକ ଭାବରେ ପରିଚାଳନା କରାଯାଇପାରିବ ଓ ପରୀକ୍ଷା ତ୍ରୁଟି ଶୁନ୍ୟ ହୋଇପାରିବ ସେଥି ପାଈଁ ଏକ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ ଟିମ୍ ଗଠନ କରାଯାଇଥିଲା। ଜଗନ୍ନାଥଙ୍କ ସଂସ୍କୃତି ପିଲା ମାନଙ୍କ ମଧ୍ୟରେ ଜାଣିବାର ଜାଗ୍ରତ ହେବ ଆଜିକା ଦିନରେ ଚାରଣ ଗୋଷ୍ଠୀ ପୁରୀ ତରଫରୁ ଏ ପ୍ରୟାସ କରାଯାଇଛି। ଏହି ପରୀକ୍ଷା ପରିଚାଳନାରେ ନବକିଶୋର ବିଶ୍ଵାଳ, ଉଦୟ ନାଥ କର, ଗୋଲଖ ବିହାରୀ ସାହୁ, ମଧୁସୂଦନ ଜେନା,ଅନିରୁଦ୍ଧ ସେଠୀ, ଆଲମଣୀ ସେଠୀ,ଶିଶିର କୁମାର ବିଶ୍ବାଳ, ଶଶିରେଖା ଦାସ, ମାଧବାନନ୍ଦ ଜେନା, ଦିବ୍ୟ ପ୍ରକାଶ, ଶାନ୍ତନୁ କୁମାର ରାଉତ, ପର୍ଶୁରାମ ନାୟକ, ନିହାର ରଞ୍ଜନ ସ୍ବାଇଁ, ସୂର୍ଯ୍ୟ ପ୍ରକାସ ସେଠୀ, ପ୍ରଭାକର ସାହୁ, ଅଭିମନ୍ୟୁ ସାହୁ, ଅକ୍ଷୟ କୁମାର ଖଟୁଆଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ପରିକ୍ଷା ପରିଚାଳନା କରିଥଲେ।