ଶ୍ରୀ ଶନିଶ୍ଚର ମନ୍ଦିର ଟ୍ରଷ୍ଟର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ): କରଞ୍ଜିଆ ପୌର ପରିଷଦ ୧୩ ନମ୍ବର ୱାର୍ଡ ରେ ଥିବା ଶ୍ରୀଶ୍ରୀ ଶନିଶ୍ଚର ମହ।ଗ୍ରହ ପରିଚାଳନା ଟ୍ରଷ୍ଟ ବୋର୍ଡ ର ଏକ କାର୍ଯ୍ୟକାରୀ କମିଟି ବୈଠକ ଟ୍ରଷ୍ଟ ର ସଭାପତି ଆଇନଜୀବି ତ୍ରିଲଚନ ପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ସଂପାଦକ କର୍ଣାର୍ଜୁନ ସାହା ମନ୍ଦିର ର ଉନ୍ନତି,ରକ୍ଷଣା ବେକ୍ଷଣ, ଦୈନିକ ନିତିକାନ୍ତି, ପ୍ରସାଦ ବିତରଣ, ଜମା ଖାତ। ଖୋଲିବା ଓ ନୂତନ ମନ୍ଦିର ନିର୍ମାଣ ସଂପର୍କ ରେ ଆଲେଚନା କରିବା ସହିତ ନୂତନ ମନ୍ଦିର ର ଏକ ଚିଠା ପ୍ରସ୍ତୁତ କରିବାକୁ ଉପସ୍ଥିତ ଯନ୍ତ୍ରୀ ଇ ରଶ୍ମୀ ରଞ୍ଜନ ବେହେରା ଙ୍କୁ ପରାମର୍ଶ ଦେଇଥିଲେ ତା ସହିତ ମନ୍ଦିର ର ସଭ୍ୟ ବୃଦ୍ଧି ନିମନ୍ତେ ସମସ୍ତ ଙ୍କୁ ଅନୁରୋଧ କରଗଲ।, ବୈଠକ ରେ ସଭାପତି ସଂପାଦକ ଙ୍ ସହିତ ଉପସଭାପତି ଆଇନଜୀବି କୁମାର ଦେବାଶିଷ ବେହେରା କଷାଧ୍ୟକ୍ଷ ସଚିଦାନନ୍ଦ ସାହା ଟ୍ରଷ୍ଟି ଅଖିଳ ଚନ୍ଦ୍ର ଗ୍ରହଚର୍ୟ୍ଯ, ଅନାଦି ଚରଣ ମହାନ୍ତି, ସୁମନ୍ତ ମହାପାତ୍ର,ପ୍ରତିଭା ଦାସ, ସରୋଜିନୀ ଦାସ , ଶାନ୍ତିଲତା ଦାସ , ରଞ୍ଜିତା ଦାସ, ପୂଜକ କାଳିଆ ଗ୍ରହଚର୍ୟ୍ଯ ଓ ଯନ୍ତ୍ରୀ ରଶ୍ମୀ ରଂଜନ ବେହେରା ଉପସ୍ଥିତ ରହି ଆଲେଚନା ରେ ଭାଗ ନେଇଥିଲେ। ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ କୁ ଆୟୋତ କରିବା ସହିତ ଶୃଙ୍ଖଳିତ କରିବା ପାଇଁ ମହିଳା ସଦସ୍ୟା ଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା।ଶେଷ ରେ ଅଖିଳ ଗ୍ରହଚର୍ଯ୍ୟ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇସଭା ସାଙ୍ଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ