ସପ୍ତାହବ୍ୟାପି ଚାଲିଥିବା ଚକରl ଜୟନ୍ତୀର ଉଦଯାପନୀ ଉତ୍ସବ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗରସ୍ଥିତ ରୋଟାରୀ କ୍ଳବ, କାର୍ଯ୍ୟାଳୟ ଠାରେ ସପ୍ତାହବ୍ୟାପି ଚାଲିଥିବା ବିପ୍ଲବୀ ବୀର ଚକରl ବିଷୋୟୀଙ୍କ ଜୟନ୍ତୀ ସଭାପତି ପ୍ରଫେସର କୃତିବାସ ବିଶ୍ୱାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ବିନୋଦ ଆଚାର୍ଯ୍ୟ, ଦକ୍ଷିଣ ବନଖଣ୍ଡ ଅଧିକାରୀ, ଭଞ୍ଜନଗର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜଗବନ୍ଧୁ ଜେନା ସମ୍ମାନୀତ ଅତିଥିଭାବେ ରୋଟାରୀଆନ ବସନ୍ତ କୁମାର ପାତ୍ର ଓ ରଂଜିତ କୁମାର ବାରିକ ମଂଚାସୀନ ହୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ବାଦ ସାହିତ୍ୟିଘରର ଦୁଇ ଉପଦେଷ୍ଟା ମନୁନନ୍ଦ ପତି, ଶୂଳପାଣି ଶତପଥି, ନେତାଜୀ ବିଷୋୟୀ, ଜଗବନ୍ଧୁ ଜେନା, କୋଷାଧ୍ୟକ୍ଷ ତ୍ରିନାଥ ବେହେରା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲ l ଏହିଅବସରରେ ସଂଗଠନ ସମ୍ପାଦକ ବିଶ୍ୱମ୍ବର ଜେନା ସ୍ୱାଗତ ଭାଷଣ ପ୍ରଦାନକରିଥିବାବେଳେ ଛାତ୍ରୀ ବିଶ୍ୱଜିତା ରାଉତରାୟ ସ୍ୱାଗତ ଓ ଅନ୍ତିମ ସଂଗୀତ ଗାନ କରିଥିଲେ l ସମ୍ପାଦକ ସନ୍ତୋଷ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ lବିପ୍ଲବୀ ବୀର ଚକରl ବିଷୋୟୀଙ୍କୁ ପ୍ରଚାର, ପ୍ରସାର ସହ ତାଙ୍କର ସଂଗ୍ରାମୀ ଜୀବନର ଗାଥାକୁ ସଂମାନ ଦେଇ ଆସୁଥିବା ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କୁ କାର୍ଯ୍ୟକ୍ରମ ତରଫରୁ “ଚକରl ବିଷୋୟୀ ସଂମାନ -2025” ରେ ସଂମାନୀତ କରାଯାଇଥିଲା l ରୋଟାରୀ କ୍ଳବ ତରଫରୁ ସମ୍ବାଦ ସାହିତ୍ୟଘରର ଚାରିଜଣ କବି, ଗୀତିକାର ସୁବାସ ଚନ୍ଦ୍ର ତାରିଣୀ, ଜ୍ୟୋଛନା ଦେବୀ, ଦୀପ୍ତଂlଶୁପ୍ରଭା ଦେବୀ ଓ ରୀନା ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଏକୋଇଶି ଜଣ ଚକରl ପ୍ରେମୀ ଛାତ୍ରଛାତ୍ରୀଙ୍କୁ ସମ୍ବାଦ ସାହିତ୍ୟଘର ତରଫରୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମରେ ବିପଦରବନ୍ଧୁ, ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ରୋଟାରୀ କ୍ଳବ, ଭଞ୍ଜନଗରର ସମସ୍ତ ସଭ୍ୟ, କର୍ମକର୍ତା ଓ ସମ୍ବାଦ ସାହିତ୍ୟଘରର ସମସ୍ତ ସଭ୍ୟ, ସଭ୍ୟା ଓ କର୍ମକର୍ତା କାର୍ଯ୍ୟକ୍ରମକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ପୂର୍ବରୁ ଦୁଇ ଅନୁଷ୍ଠାନ ତରଫରୁ ଚକରl ବିଷୋୟୀ ଛକ ଠାରେ କର୍ମକର୍ତା ମାନେ ଚକରl ବିଷୋୟୀଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିଥିଲେ l ଏଥିରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ, ଚକରlପ୍ରେମୀ ଯୋଗଦେଇଥିଲେ l ଶେଷରେ ରୋଟାରୀଆନ ରଂଜିତ କୁମାର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ l