ସଫାସୁତୁରା ଦାଣ୍ଡ ବ୍ରଜଦାଣ୍ଡ ସହ ସମାନ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ ବ୍ଲକ ଅନ୍ତର୍ଗତ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟ ରେ ନିରାଡ଼ମ୍ବରଭାବେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସିମାଞ୍ଚଳ ପଣ୍ଡା , ସି ଆର ସି ସି ଧର୍ମରାଜୁ ବେହେରା ୱାର୍ଡ ସଭ୍ୟ କହ୍ନେଇ ବେହେରା ଉପସ୍ଥିତ ରହିଥିଲେ । ସର୍ବପ୍ରଥମେ ବିଦ୍ୟାଳୟ ନିଜର ପରିଚାଳନା କମିଟି ସଦସ୍ୟ ସଦସ୍ୟା, ୱାର୍ଡ ସଭ୍ୟ , ଯୁବ ଗୋଷ୍ଠୀ ଏବଂ ଛାତ୍ର ଛାତ୍ରୀଙ୍କୁ ସାଙ୍ଗରେ ଧରି ଆଦର୍ଶ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା, ସହକାରି ଶିକ୍ଷକ ଅରୁଣ କୁମାର ଜାନୀ ଗାଁ ପରିବେଶରେ ସଚେତନତା ବାର୍ତ୍ତା ବିତରଣ କରିଥିଲେ । ପିଲାମାନେ ଗିନି ମୃଦଙ୍ଗର ତାଳେ ତାଳେ ଝୁମି ଗାଁ ଦାଣ୍ଡର ସଫା ସୁତୁରା ର ବାର୍ତ୍ତା ଦେଇ ଥିଲେ। ନିକଟରେ ଅନୁଷ୍ଠିତ ହୋଇଥିବା ପ୍ରୌଢ଼ସାକ୍ଷାରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ରେ ଅଂଶଗ୍ରହଣ କରିଥିବା ଏବଂ ସଫଳତା ହାସଲ କରିଥିବା ନବ ସାକ୍ଷାର ପିତାମାତାଙ୍କୁ ରଞ୍ଜନ କୁମାର ବ୍ରହ୍ମା ଶୁଭେଚ୍ଛା ପ୍ରଦାନ କରିଥିଲେ । ପିଲାଙ୍କ ସାଂସ୍କୃତିକ ପ୍ରତିଭାକୁ ସମ୍ମାନଦେବା ସହ ବର୍ଷ ସାରା ବିଭିନ୍ନଦକ୍ଷତାକୁ ଆକଳନ କରାଯାଇଥିବା ଛାତ୍ରଛାତ୍ରୀ ଏବଂ ପରିବେଶ ସଚେତନତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ଦ୍ୱାରା ଆୟୋଜିତ ପରିବେଶ ସଚେତନ ବାର୍ତ୍ତା ର ନିଆରା କାର୍ଯ୍ୟକ୍ରମକୁ ଗ୍ରାମ ବାସୀ ପ୍ରଂଶସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ