ସମସ୍ୟା ସମାଧାନ କରିବା ଲୋକସରକାରଙ୍କ ପ୍ରଥମ କର୍ତ୍ତବ୍ୟ

କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୁର୍ତ୍ତବିଭାଗ ଡାକ ବଙ୍ଗଳାରେ ଗୁରୁବାର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନଅଭିଯୋଗ ଶୁଣାଣି କରିଛନ୍ତି।ଏହି ଅବସରରେ ଲୋକଙ୍କ ସମସ୍ୟାର ସମାଧାନ କରିବା ଲୋକ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୨୬୧ଅଭିଯୋଗ ପଞ୍ଜିକୃତ ହୋଇଥିଲା।ଏଥିରେ୧୬୭ଟି ବ୍ୟକ୍ତିଗତ ଓ ୮୪ ଟି ଗୋଷ୍ଠିଗତ ଅଭିଯୋଗର ଶୁଣାଣି ହୋଇଥିଲା।ମନ୍ତ୍ରୀ ନାଏକ ଆସିଥିବା ସମସ୍ତ ଅଭିଯୋଗ ଅଭିଯୋଗ ଉପରେ ଶୁଣାଣି କରି ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ମାନଙ୍କ ମଧ୍ୟରେ ପାନୀୟଜଳ,ଜଳସେଚନ,ପ୍ରଧାନମନ୍ତ୍ରୀ ଆବାସଗୃହ,ସୁଭଦ୍ରା ଯୋଜନା,ରାସ୍ତାଘାଟ ମରାମତିସହ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣରେ ଗଛକଟା ଅନୁମତି, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା,ଭିନ୍ନକ୍ଷମଙ୍କୁ ସହାୟତା ସାମୂହିକ କାର୍ଯ୍ୟପଇଁ ଜମି ଚିହ୍ନଟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲା।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସମ୍ବଲପୁର ଏଡିଏମ ସୂଚାରୁ କୁମାର ବଳ,କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ,ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇ,ବାମରା ବନ୍ୟପ୍ରାଣୀ ଡିଏଫଓ ସମୀର ସାହୁ,ଏସଡିଏମଓ ଡା.ସୁବୋଧ କୁମାର ନାୟକ,କୁଚିଣ୍ଡା ବିଡିଓ ଜୟନ୍ତ ସାହୁ,ବାମରା ବିଡିଓ ପୁଷ୍ପକ ପ୍ରଧାନ,କୁଚିଣ୍ଡା ତହସିଲଦାର ମିତାଲି ମଧୁମିତା ଦଳେଇ,ବାମରା ତହସିଲଦାର ଦିଲିପ ପ୍ରଧାନଙ୍କ ସମେତ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ,ପାନୀୟଜଳ,କୃଷି,କ୍ଷୁଦ୍ରଜଳସେଚନ,ଉଠାଜଳସେଚନ,ଉଦ୍ୟାନକୃଷି,ମୃତ୍ତିକା ସଂରକ୍ଷଣ,ପ୍ରାଣୀ ସମ୍ପଦ,ସମନ୍ବିତ ଶିଶୁ ବିକାଶ,ଶିକ୍ଷା,ବିଦ୍ୟୁତ,ଆରଏମସି,ପୋଲିସ ଆଦି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରବୀଣା ବିଲୁଙ୍ଗ, ଆସିଷ୍ଟାଣ୍ଚ କଲେକ୍ଟର ଭାସ୍କର ଚନ୍ଦ୍ର ବେହେରା ଓ ରମେଶ ସାହୁ,ଉପଜିଲ୍ଲାପାଳଙ୍କ ଷ୍ଟେନୋଗ୍ରାଫର ଗୌରୀଶଙ୍କର ମିଶ୍ର, ମିଶ୍ର,ସେକ୍ସନ ଅଫିସର ଅରୁଣ ଓରାମ,କୁଚିଣ୍ଡା ବ୍ଲକ ସେକ୍ସନ ଅଫିସର ତରୁଣ ପ୍ରସାଦ ବିଶ୍ବାଳଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ