ସମାଜସେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପ୍ରତିମୂର୍ତ୍ତି ଉନ୍ମୋଚିତ
ନିମାପଡ଼ା,( ସନ୍ତୋଷ ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଗଡ଼ ଅମରପ୍ରସାଦ ଗ୍ରାମ ର ସମାଜସେବୀ ଧର୍ମ ପରାୟଣ ବ୍ୟକ୍ତି ନଟବର ସାହୁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଗ୍ରାମ ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ସ୍ବର୍ଗତ ସାହୁ ଙ୍କ ପ୍ରତିମୂର୍ତ୍ତି ତାଙ୍କ ବାସଭବନ ସମ୍ମୁଖରେ ଉନ୍ମୋଚିତ ହୋଇଥିଲା। ସ୍ବର୍ଗତ ଶ୍ରୀ ସାହୁ ଙ୍କ ପ୍ରତିମୂର୍ତ୍ତି କୁ ତାଙ୍କ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଓ ସୁରେଶ ଚନ୍ଦ୍ର ସାହୁ ଉନ୍ମୋଚନ କରିଥିବାବେଳେ ରାମ ଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ସାହୁ , ବନ୍ଧୁ ଓ ପରିବାର ବର୍ଗ ପ୍ରମୁଖ ଉନ୍ମୋଚନ ସମୟ ରେ ଉପସ୍ଥିତ ଥିଲେ। ଏହି ଅବସର ରେ ସାଇ ମନ୍ଦିର ସମ୍ମୁଖରେ
ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଖପାଖ ଅଞ୍ଚଳର ଲୋକ ମାନେ ମହାପ୍ରସାଦ ସେବନ କରିଥିଲେ।