ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଭାସିଲା କୋଠଘର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ନିକଟରେ ଥିବା ଏକ କୋଠଘର ଭାସିଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର କେ.ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ । ଗୁରୁବାର ଅପରାହ୍ନ ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଥିଲା । ଫଳରେ ସମୁଦ୍ର ନିକଟରେ ଥିବା ଏକ କୋଠଘର ସମ୍ପୁର୍ଣ୍ଣ ଭାବେ ଭୁସୁଡି ପଡି ପାଣିରେ ଭାସିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଥାଉ କି, ସମୁଦ୍ର କୂଳରେ ଥିବା ଉକ୍ତ କୋଠଘରଟି ମତ୍ସଜିବୀ ମାନଙ୍କ ବସା ଉଠାର ଆଶ୍ରୟସ୍ଥଳୀ ରହିଥିବା ବେଳେ ଆଜି ତାହା ଭାସିଯିବା ଫଳରେ ମତ୍ସଜିବୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଗାମୀ ଦିନରେ ଗ୍ରାମରେ ସମୁଦ୍ର କୂଳରେ ଥିବା ବହୁ ଘର ମଧ୍ୟ ସମୁଦ୍ରରେ ଭାସିଯିବାର ସମ୍ଭାବନା ରହିଥିବାରୁ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ମତ୍ସଜିବୀ ମାନେ । ଏଣୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ମତ୍ସଜିବୀ ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ