ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ରୀଡା ବିଦ୍ୟାର୍ଥୀ ମାନଙ୍କ ଶାରୀରିକ ଓ ମାନସିକ ଏବଂ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ବୋଲି ସରକାରୀ ବାଳିକାଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ମହାପାତ୍ର ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ୧୯୫୮ ମସିହାରେ ସ୍ଥାପିତ ହୋଇଥିବା ଆସିକା ଏନଏସି ଅଧିନସ୍ଥ ସର୍ବପୁରାତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୬୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ କୁମାରୀ ମହାପାତ୍ରଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଶିକ୍ଷାନୁଷ୍ଟାନର ଛାତ୍ରୀ ମାନେ ଆସିକାର ଅଧିଷ୍ଟାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ସାରି ରଙ୍ଗବେରଙ୍ଗର କ୍ରୀଡା ପତାକା ଧରି ଏକ ମଶାଲ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ପରେ ଖେଳପଡିଆରେ ପହଁଞ୍ଚିଥିଲେ । ସେଠାରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ମହାପାତ୍ର କ୍ରୀଡା ଧ୍ୱଜା ଉତ୍ତୋଳନ ପରେ ଆନୁଷ୍ଟାନିକ ଭାବେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ମାନେ ଦୌଡ, ଲମ୍ବାଡିଆଁ, ଉଚ୍ଚଡିଆଁ, କବାଡି ସମେତ ବିଭିନ୍ନ ଖେଳରେ ଭାଗ ନେଉଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ କ୍ରୀଡା ଶିକ୍ଷୟତ୍ରୀ ଇନ୍ଦିରା ଦାସ, ଆସିକା ଆଥ୍‍ଲେଟିକ୍‍ ଏସୋସିଏସନ୍‍ ଟାଉନହଲ୍‍ର ସଂପାଦକ ଏମ୍‍.ତାରିଣୀ ସେନାପତି, ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷୟତ୍ରୀ ବାଣୀଶ୍ରୀ ପଣ୍ଡା, ନମିତା ପାଣି, ପଦ୍ମବତୀ ଦୋରା, ରଶ୍ମିତା ପାତ୍ର, ପି.ରୋଜା, ଲକ୍ଷ୍ମୀ ଦାଶ, ସୁଶ୍ରୀ ପ୍ରିୟମ୍ବଦା, ପ୍ରଶାନ୍ତ କୁମାର ପାଣି, ଅମ୍ରିତା ପାତ୍ର, କର୍ମଚାରୀ ଅମ୍ବୁପାଣି ସାହୁ, ସୁଶାନ୍ତ କୁମାର ସାହୁ, ନୟନୀ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ