ସରକାରୀ ମେଧାବୃତ୍ତି ପରୀକ୍ଷାରେ ଭେଟନଇ ସରକାରୀ ବାଳିକା ପିଏସ୍‍ ବିଦ୍ୟାର୍ଥୀଙ୍କ ସଫଳତା

ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିବା ପଞ୍ଚମ ଓ ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ଓ ଗରିବ ସରକାରୀ ମେଧାବୃତ୍ତି ପରୀକ୍ଷା ଫଳ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇସାରିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଭେଟନଇ କ୍ଳଷ୍ଟରର ପଞ୍ଚମ ଶ୍ରେଣୀର ବିଦ୍ୟାର୍ଥୀ ପୂଜା ଜେନା, ଆଦ୍ୟାଶା ବେହେରା, ଓମ୍‍ କ୍ରିଷ୍ଣା ସାହୁ ଓ ତୃତୀୟ ଶ୍ରେଣୀର ଛାତ୍ରୀ ଦୀପ୍‍ସା ଗୌଡ ସରକାରୀ ମେଧାବୃତ୍ତି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଏହି ପୁରାତନ ଶିକ୍ଷାନୁଷ୍ଟାନର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇପାରିଥିବା ଲକ୍ଷ୍ୟ କରାଯାଇଛି । ପଞ୍ଚମ ଓ ତୃତୀୟଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ବିଦ୍ୟାର୍ଥୀମାନେ ନିଜର ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ଗୌଡ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ସୌଦାମିନୀ ହୋତା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ଗୌଡ, ବିଦ୍ୟାଳୟର ସହକାରୀ ଶିକ୍ଷକ ପୁଷ୍ପାଞ୍ଜଳୀ ନାୟକ, ଝୁନୁ ଦାଶ, ପ୍ରଣୟ ବଲ୍ଲଭୀ ନାୟକ, ମାମାଲି ନାୟକ, ଜୁଲି ଭିତିରିଆ, ଗୁରୁ ପ୍ରସାଦ ଗୌଡ, ସନ୍ଧ୍ୟାରାଣୀ ବିଶ୍ୱାଲ, ଶିବାନୀ ଡାକୁଆଙ୍କ ସମେତ ନିଜ ନିଜ ପିତାମାତା, ଗୁରୁଜନ ଓ ସମସ୍ତ ଶୁଭେଚ୍ଛୁଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଶିବରାମ ଗୌଡଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇ ମାନପତ୍ର ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ