ସହରର ବିଭିନ୍ନ ବାତ୍ୟା ଆଶ୍ରୟ ପରିଦର୍ଶନ କଲେ ବିଜେଡି ପ୍ରତିନିଧି ଦଳ
ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ସୁବିଧା ସୁଯୋଗ ସଠିକ ଭାବେ ମିଳୁଛି କି ନାହିଁ ପଚାରି ବୁଝିବା ସହ ବିଜେଡି ସବୁବେଳେ ଜନତା ସହ ଅଛି ଏବଂ ଦଳ ତରଫରୁ ସମସ୍ତ ସାହାଯ୍ୟ ପ୍ରଦାନ କରାଯିବ ବୋଲି କହିଲେ ପୂର୍ବତନ ସଦର ବିଧାୟକ ବାତ୍ୟା ଦାନ ପାଇଁ ତତ୍ପର ହୋଇ ଉଠିଛି ବାଲେଶ୍ବର ଟାଉନ ବିଜେଡି।ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥା ବାଲେଶ୍ବର ସଦରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସ୍ବରୂପ ଦାସଙ୍କ ନେତୃତ୍ୱରେ ଟାଉନ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ବାଲେଶ୍ବର ପୌରପରିଷଦର ୩୧ ଟି ୱାର୍ଡର ୧୩ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ସରକାରୀ ସୁବିଧା ସୁଯୋଗ ସମ୍ବନ୍ଧରେ ତଦାରଖ କରିବା ସହ ସ୍ଥାନୀୟ ଜନ ପ୍ରତିନିଧି,ସରକାରୀ କର୍ମଚାରୀ,ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ,ଏ ଏଏନଏମ ଓ ଅଧିବାସୀଙ୍କ ସହ ଆଲୋଚନା କରିଥିଲେ ଟାଉନ ବିଜେଡିର ପ୍ରତିନିଧି ଦଳ।ଅନେକ ଯାଗାରେ ସଠିକ ଭାବେ କାର୍ଯ୍ୟ ଏବଂ ଖାଦ୍ୟ ମିଳିନଥିବା ନେଇ ଲୋକମାନେ ଅଭିଯୋଗ କରିବା ପରେ ଏ ବିଷୟରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦାସ ପ୍ରଶାସନ ସହ ଆଲୋଚନା କରି ସମାଧାନ କରିଥିଲେ। ବାଲେଶ୍ବର ମୁନିସିପାଲିଟିର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟେକ ତ୍ବାବଧାନରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗ,ଜିଲ୍ଲା ବିଜେଡି ସମ୍ପାଦକ ତଥା ପୂର୍ବତନ ଉପ ନଗରପାଳ ମନୋଜ ରାଉତ,ରାଜ୍ୟ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଧିରେନ ନାୟକ,ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ବିଭୁଦତ୍ତ ପରିଡା,କାଉସିଲର ସେକ ଆୟୁବ,କାର୍ତିକ ସାହୁ,ପୂର୍ବତନ କାଉସିଲର ବିଶ୍ବଜିତ ମହାପାତ୍ର, ସାକିର ଖାନ,ସଂଜୟ ବେହେରା, ବିଜେଡି ନେତା ଅତୁଲ ଶତପଥି, ଅଶୋକ ଆଢ୍ୟ,ବାଦଲ ଦତ୍ତ, ଛାତ୍ର ନେତା ସୌଭାଗ୍ୟ ଖୁଣ୍ଟିଆ ଏବଂ ତପନ ଦାସ ପ୍ରମୁଖ ସାମିଲ ହୋଇଥିଲେ।ସେହିପରି ସଦର ବ୍ଲକର ୨୬ଟି ପଞ୍ଚାୟତର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ ସଦରର ପୂର୍ବତନ ବିଧାୟକ ସ୍ବରୂପ ଦାସ।ଶ୍ରୀଯୁକ୍ତ ଦାସଙ୍କ ସହ ସାଂସଦ ପାର୍ଥିନୀ ଲେଖାଶ୍ରୀ ସାମନ୍ତସିହାଂର ଏବଂ ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।