ସହର ମଧ୍ୟରେ ଭାଲୁ ପଲ୍ଲ ବୁଲୁଥିବାର ଭିଡିଓ ଭାଇରାଲ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ସହର ମଧ୍ୟରେ ଭାଲୁ ପଲ୍ଲ ବୁଲୁଥିବା ଭିଡିଓ ଭାଇରାଲ ପରେ ଭାଲୁ ପଲ୍ଲକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ତଳ ସାହି ଏବଂ ଆଖପାଖ ଅଞ୍ଚଳରେ ଦୁଇଟି ଭାଲୁ ବୁଲୁଥିବାର ଚିତ୍ର ଶିଶିଟିଭିରେ କଏଡ ହୋଇଛି। ଦୁଇଟି ଭାଲୁ ଏକ ସାଙ୍ଗରେ ବୁଲୁଥିବା ବେଳେ ସେମାନେ ତଳସହି ପାଖରେ ଥିବା ପାହାଡ଼ରୁ ଖାଦ୍ୟ ଅନ୍ଵେଷଣରେ ସହର ମଧ୍ୟରେ ପଶିଥିବା ଅନୁମାନ କରାଯାଉଛି। ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭାଲୁ ଗୁଡିକ ଜନ ବସତି ସ୍ଥାନ ମଧ୍ୟରେ ବୁଲୁଥିବା ବେଳେ ସୌଭାଗ୍ୟ ବସତ କାହାରୀକୁ କିଛି କ୍ଷତି କରି ନାହାନ୍ତି। କିନ୍ତୁ ଲୋକେ ରାତି ହେଲେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ଦେଖିବାକୁ ମିଳିଛି। ତେବେ ବନ ବିଭାଗ ପକ୍ଷରୁ ଭାଲୁ ଗୁଡିକୁ କାବୁ କରିବା ପାଇଁ ସାଧାରଣରେ ଦାବି ହୋଇଛି। ପୂର୍ବରୁ ମଧ୍ୟ ମାଲକାନଗିରି ସହର ର ବିଭିନ୍ନ କଲୋନୀ ରେ ଏହିପରି ଭାଲୁ ସହର ମଧ୍ୟକୁ ପଶି ଆସିଥିବାର ନଜିର ରହିଛି।