ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଧନ୍ୟବାଦ ଜଣାଇଲେ ଦଳିୟ କର୍ମକର୍ତ୍ତା
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ତଳି ଅନ୍ତର୍ଗତ ସାତମାଇଲ ଠାରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଭେଟି ହିନ୍ଦୋଳରେ ରେଳ ଲାଇନ ସର୍ଭେ ମଞ୍ଜୁରି କରାଇବାରେ ନିରନ୍ତର ଉଦ୍ୟମ ନିମନ୍ତେ ଧନ୍ୟବାଦ ଜଣାଇଥିଲେ ଦଳିୟ କର୍ମକର୍ତ୍ତା । ଶନିବାର ଅପରାହ୍ନରେ ସାଂସଦ ଶ୍ରୀ ପାଣି ଦିଲ୍ଲିରୁ ଆସି ଭୁବନେଶ୍ୱରରୁ ଅନୁଗୁଳ ଅଭିମୁଖେ ପୁରୁଣାକଟକ ସମ୍ବଲପୁର ରାସ୍ତାରେ ଯାଉଥିବା ସମୟରେ ହିନ୍ଦୋଳ ବ୍ଲକର ବରିଷ୍ଟ ନେତା ଭାସ୍କରଚନ୍ଦ୍ର ନାୟକ , ବ୍ଲକ ଉପାଧ୍ୟକ୍ଷ ବରୁଣ ସର , ଅଶୋକ ରାଉତ ,ମନୋଜ କୁମାର ପଟନାୟକ ନେତୃତ୍ୱରେ ବହୁ ନେତୃବୃନ୍ଦ ଭେଟି ଇଂରାଜି ନବବର୍ଷର ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ଅଂଚଳର ସମସ୍ୟା ନେଇ ସାଂସଦ ଙ୍କୁ ଅବଗତ କରାଇଥିଲେ । ହିନ୍ଦୋଳରେ ଗୋଟିଏ କେନ୍ଦ୍ରିୟ ବିଦ୍ୟାଳୟ ଖୋଲିବାକୁ ଦୃଷ୍ଟିଆକର୍ଷଣ କରିଥିଲେ ଦଳିୟ କର୍ମକର୍ତ୍ତା । ଏହି ଅବସର ରେ ଯୁବନେତା ସୁଜିତ ବାରିକ , ଲିଙ୍ଗରାଜ ସାହୁ , ସୁଜିତ ଜେନା , ପ୍ରବୋଧ ପ୍ରଧାନ , ବାନାମ୍ବର ପତି , ମୃତ୍ୟୁଞ୍ଜୟ ପାଳ , ଧରଣିଧର ପାଳ , ବିଜୟ ପଟନାୟକ , ବିଭୁତି ପଟନାୟକ , ଶ୍ରୀକାନ୍ତ ସାହୁା, ଶିକ୍ଷାବିତ୍ ମାୟାଧର ପାଳ, ପ୍ରଦ୍ୟୁମ୍ନ ସାମଲ , ବିଭୁତି ଭଞ୍ଜ , ଜଗମୋହନ ପଟନାୟକ ପ୍ରମୁଖ ବହୁ ଦଳିୟ କର୍ମକର୍ତ୍ତା ସାଂସଦ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ,